You are currently viewing ପାଞ୍ଚ ଦଫା ଦାବି ନେଇ ବହୁମୂଖୀ ସ୍ଵାସ୍ଥ୍ୟକର୍ମୀ ଏବଂ ସ୍ଵାସ୍ଥ୍ୟପରିଦର୍ଶକ ମିଳିତ ମହାସଂଘର ସ୍ମାରକପତ୍ର
ପାଞ୍ଚ ଦଫା ଦାବି ନେଇ ବହୁମୂଖୀ ସ୍ଵାସ୍ଥ୍ୟକର୍ମୀ ଏବଂ ସ୍ଵାସ୍ଥ୍ୟପରିଦର୍ଶକ ମିଳିତ ମହାସଂଘର ସ୍ମାରକପତ୍ର

ବେଲଗୁଣ୍ଠା,07/12, ପାଞ୍ଚ ଦଫା ଦାବି ନେଇ ଆସନ୍ତା 14 ତାରିଖରୁ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ତରଫରୁ ଅସହଯୋଗ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ ଆଜି ବେଲଗୁଣ୍ଠା ବ୍ଳକ୍ ସ୍ଵାସ୍ଥ୍ୟ ପରିଦର୍ଶକ ଏବଂ ପରିଦର୍ଶିକା ପକ୍ଷରୁ ଗଞ୍ଜାମ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରେରଣ କରାଯାଇଛି I ସ୍ମାରକପତ୍ର ପତ୍ରରେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଚାରୋଟି ପଦୋନ୍ନତି ପ୍ରଦାନ,ଗ୍ରେଡ୍ ପେ ବୃଦ୍ଧି, ଠିକା ଉଚ୍ଛେଦ ଏବଂ ଠିକା ସମୟକୁ ମୂଳ ଚାକିରିରେ ଗଣନା କରି ଇନକ୍ରିମେଣ୍ଟ୍ ପ୍ରଦାନ, ପୋଷାକ ଭତ୍ତା ବାବଦରେ ବାର୍ଷିକ ପାଞ୍ଚ ହଜାର ଟଙ୍କା ପ୍ରଦାନ ପାଇଁ ଉଲ୍ଲେଖ ରହିଛି I ଆଜି ବେଲଗୁଣ୍ଠା ସ୍ୱାସ୍ଥ୍ୟ ପରିଦର୍ଶକ ଶୁଭ୍ରମନ୍ୟୁ କରଙ୍କ ନେତୃତ୍ୱରେ ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟ ପରିଦର୍ଶିକା,ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କୁ ଭେଟି ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ I ଏହାର ଏକକିତା ନକଲ ସ୍ଵାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରେରଣ କରାଯାଇଥିଲା I

ରିପୋର୍ଟ-ଶିବରାମ ଚୌଧୁରୀ