You are currently viewing ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।
ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।

ପୁରୁଷୋତ୍ତମପୁର , ୨୮/୦୨ – ( ପ୍ରସନ୍ନ କୁମାର ଦାସ ) -:- ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ବିଜ୍ଞାନ ଦିବସ ମଙ୍ଗଳ ବାର ଦିନ ପାଳିତ ହୋଇ ଯାଇଛି | ସ୍କୁଲର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ଡାକୁଆ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଆଚାର୍ଯ୍ୟ ଏସ ତପନ, ଏବଂ ଉପସଭାପତି ଶ୍ରୀଯୁକ୍ତ ହରି ହର ପଣ୍ଡା ଜାତୀୟ ବିଜ୍ଞାନ ଦିବସର ମହତ୍ୱ ବିଷୟରେ ଛାତ୍ର, ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ | ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ, ବକୃତା,ଏବଂ ବିଜ୍ଞାନ ପ୍ରକଳ୍ପ ସମନ୍ଧୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା | କୃତି ପ୍ରତିଯୋଗୀ ମାନଙ୍କୁ ସମ୍ପାଦକ ଡ଼ ସୁଶାନ୍ତ କୁମାର ବେହେରା, ଓ ସହସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା ପୁରସ୍କାର ପ୍ରଦାନ କରିଥିଲେ | ଆଚାର୍ଯ୍ୟ ଶ୍ରୀଯୁକ୍ତ ତାରିଣୀ ଚରଣ ଦାଶ,ଧନ୍ୟବାଦ ଅର୍ପଣ କରିଥିଲେ | ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସୁନ୍ଦର ଓ ସଫଳ ହୋଇ ପାରିଥିଲା |