You are currently viewing ଓ.ଇ.ସ(OES ) ପରୀକ୍ଷାରେ ସଫଳତା ଅର୍ଜନ କଲେ ଗୋଠଗାଁର ସୁଜିତ କୁମାର ପାଢ଼ୀ:
ଓ.ଇ.ସ(OES ) ପରୀକ୍ଷାରେ ସଫଳତା ଅର୍ଜନ କଲେ ଗୋଠଗାଁର ସୁଜିତ କୁମାର ପାଢ଼ୀ:

ଶେରଗଡ଼

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଶେରଗଡ଼ ବ୍ଲକ ଗୋଠଗାଁ ଗ୍ରାମର ସୁଦର୍ଶନ ପାଢୀଙ୍କ କନିଷ୍ଠ ପୁତ୍ର ସୁଜିତ କୁମାର ପାଢୀ ଜୁଲାଇ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।ବାପା ଜଣେ ଶିକ୍ଷକ ଥିବା ଯୋଗୁଁ ବାଲ୍ୟ ସମୟରୁ ହିଁ ସୁଜିତ ମେଧାବୀ ଛାତ୍ର ଥିଲେ।ଗୋଠଗାଁ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ପରେ ପୁନାନ୍ଦ ବିଦ୍ୟାଳୟ ଓ ଠୁରୁବୁରାଇ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶିକ୍ଷା ଲାଭ କରି ଅଷ୍ଟମରୁ ଦଶମ ବୁରୁପଡା ହାଇସ୍କୁଲ୍ ରେ ପଢିଥିଲେ।୨୦୦୦ ମସିହାରେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରୁ +୨ ପାସ କରିବା ପରେ ଗୋଠଗାଁର ପ୍ରଥମ ବ୍ୟକ୍ତି ରୂପେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ।ସେନାରେ କାର୍ଯ୍ୟରତ ଥିବା ସମୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ୨୦୦୭ରେ ବି.ଏ ପରେ ୨୦୧୩ ମସିହାରେ ଏମ.ଏ ରାଜନୀତି ବିଜ୍ଞାନରେ ପାସ କରିଥିଲେ।୨୦୧୭ ମସିହାରେ ନୌସେନାରୁ ସେବାନିବୃତ ହୋଇ ବି.ଇ.ଡି କରିଥିଲେ।ବାପା ପ୍ରାଥମିକ ଶିକ୍ଷକ ଥିବା ଯୋଗୁଁ ବାଲ୍ୟଜୀବନରୁ ଶିକ୍ଷକ ହୋଇ ସେବା କରିବା ପାଇଁ ପ୍ରେରଣା ପାଇଥିଲେ।ସେନାରୁ ସେବା ନିବୃତ ହୋଇ ଦୀର୍ଘ ୬ବର୍ଷ ହେଲା ନିଜକୁ ଔପଚାରିକ ଭାବେ ଶିକ୍ଷାରେ ନିଜକୁ ସଂଘର୍ଷ ଜାରି ରଖିଥିଲେ।ସୁଜିତଙ୍କ ଦୃଢ଼ ଇଛାଶକ୍ତି,କଠୋର ପରିଶ୍ରମ ଶେଷରେ ଓ.ଇ.ସ(OES) ସଫଳତା ପାଇବାରେ ସହାୟକ ହୋଇପାରିଛନ୍ତି। ଗୋଠଗାଁ ଭଳି ଏକ ଗ୍ରାମାଞ୍ଚଳରୁ ଓପିଏସସି ପରୀକ୍ଷାରେ କୃତିତ୍ବ ହେବା ସମଗ୍ର ଗୋଠଗାଁ ଅଞ୍ଚଳ ପାଇଁ ଖୁସିର ଲହରୀ ଖେଳିଯାଇଛି।ଯାହାକି ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣା ହୋଇ ଆଗକୁ ବଢ଼ିବାରେ ସହଯୋଗ ହେବା ନେଇ ଯୁବ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ଆଶା ବ୍ୟକ୍ତ କରିଛନ୍ତି। ତତ୍ ସହିତ ସୁଜିତ କୁମାର ପାଢୀଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସଫଳତା ପରେ ସୁଜିତ ନିଜର ଦାୟିତ୍ୱକୁ ସଠିକ୍ ରୂପାୟନ କରିବା ଦିଗରେ କାର୍ଯ୍ୟ କରିବା ନେଇ ମତପୋଷଣ କରିଛନ୍ତି।