ଗୋପାଳପୁର ୨୮/୨/୨୬ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ପଦାର୍ଥ ବିଜ୍ଞାନ ବିଭାଗରେ ୪୦ ତମ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଥିଲା l ୧୯୨୮ ମସିହାରେ ଏହି ଦିନ ସି.ଭି ରମନ ତାଙ୍କର ଐତିହାସିକ ଆବିଷ୍କାର “ରମନ ପ୍ରଭାବ” ଘୋଷଣା କରିଥିଲେ l ସେ, ପଦାର୍ଥ ମାଧ୍ୟମରେ ବିକୀରିତ ହେଉଥିବା ଆଲୋକର ତରଙ୍ଗ ଦୈର୍ଘ୍ୟରେ ପରିବର୍ତ୍ତନ ଘଟେ। ଏହି ଅସାଧାରଣ ଆବିଷ୍କାର ଆଧୁନିକ ଭୌତିକ ବିଜ୍ଞାନକୁ ନୂତନ ଦିଗ ଦେଇଥିଲା ଏବଂ ୧୯୩୦ ମସିହାରେ ଭାରତକୁ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ନୋବେଲ ପୁରସ୍କାର ଅର୍ଜନ କରାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ,ଡ. ସରିତା ମହାନ୍ତି, ଡ. ସଲିଲା ଦାସ,ରସାୟନ ବିଜ୍ଞାନ ବିଭାଗ ଡ. ସତ୍ୟନାରାୟଣ ସାହୁ,ଡ. ବିଭୂତି ଭୂଷଣ ପରିଡ଼ା ଏବଂ ପ୍ରାଣୀ ବିଜ୍ଞାନ ବିଭାଗ) ପ୍ରଫେସର ତପନ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ l ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା ଜାତୀୟ ବିଜ୍ଞାନ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ l ଡ. ଶଶି ଶେଖର ବେହେରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ lଭାରପ୍ରାପ୍ତ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ତରଫରୁ କୃତକାର୍ଯ୍ୟ ହୋଇଥିବା ଗବେଷକ ଏବଂ ଗବେଷଣା ସମ୍ପର୍କ ତଥ୍ୟ ପ୍ରଦାନ ପରେ କୁଳପତିଙ୍କ ଦ୍ଵାରା ନାରୀଶକ୍ତିର ସମାଜ ଏବଂ ବିଜ୍ଞାନ ଦିଗରେ ଥିବା ଅବଦାନକୁ ଆଲୋକପାତ କରିଥିଲେ। ଆଲୋଚ୍ୟ ପ୍ରସଙ୍ଗ ରୂପେ “ବିଜ୍ଞାନ କ୍ଷେତ୍ରରେ ନାରୀଶକ୍ତି: ବିକଶିତ ଭାରତର ପ୍ରେରକ” ଶୀର୍ଷକଟି ସ୍ଥାନ ପାଇଥିଲା। ଏହି ଅବସରରେ ନିମନ୍ତ୍ରିତ ବକ୍ତା ଭାବେ ନ୍ୟୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଅଜିତ୍ କେ ମହାପାତ୍ର ଏବଂ ନୂଆଦିଲ୍ଲୀ ଜେ ଏନ୍ ୟୁର ଜୀବ ବିଜ୍ଞାନ ବିଭାଗର ପ୍ରଫେସର ସୁପ୍ରିୟ ଚକ୍ରବର୍ତ୍ତୀ ଯୋଗ ଦେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ ପାଇଁ ଅବଦାନ ଏବଂ ନାନୋମ୍ୟାଟେରିଆଲର ବିଭିନ୍ନ କାର୍ଯ୍ୟରେ ଉପାଦେୟତା ସମ୍ପର୍କିତ ତଥ୍ୟ ପ୍ରତିପାଦନ କରିଥିଲେ। ଡ. କୁଶ କୁମାର ନାୟକଙ୍କ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ବିଭିନ୍ନ ବିଜ୍ଞାନ ବିଭାଗର ବହୁ ଛାତ୍ର,ଛାତ୍ରୀ ଯୋଗ ଦେଇଥିଲେ l ଏହି ଅବସରରେ
ଚିତ୍ରାଙ୍କନ, ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବକ୍ତୁତା ପ୍ରତିଯୋଗିତା ଏବଂ “ବିଜ୍ଞାନ କ୍ଷେତ୍ରରେ ନାରୀଶକ୍ତି: ବିକଶିତ ଭାରତର ପ୍ରେରକ” ପ୍ରସଙ୍ଗକୁ ନେଇ ପୋଷ୍ଟର ପ୍ରତିଯୋଗିତା ହୋଇଥିଲା । ଏଥିରେ କୃତୀ ଛାତ୍ର,ଛାତ୍ରୀଙ୍କୁ ପ୍ରମାଣପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା।
