You are currently viewing କେଶବ ପଣ୍ଡା ସ୍ନାତକ ମହିଳା ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର
କେଶବ ପଣ୍ଡା ସ୍ନାତକ ମହିଳା ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର

ସୋରଡ଼ା ୨୬/୧୨/୨୦୨୬ (ଲିଟୁ କୁମାର ବିଷୋୟୀ )ଗଞ୍ଜାମ ସୋରଡ଼ା କେଶବ ପଣ୍ଡା ସ୍ନାତକ ମହିଳା ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ଆଜି ରାଜନୀତି ବିଜ୍ଞାନ ସମ୍ମାନ ବିଭାଗ ତରଫରୁ ଆୟୋଜିତ ଆଲୋଚନା ଚକ୍ର ର ବିଷୟ ବସ୍ତୁ” ନାରୀସଶକ୍ତିକରଣ ରେ ଗଣମାଧ୍ୟମ ର ଭୂମିକା ” ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା |

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର ଡ଼ଃ ନୀଳାଞ୍ଚଳ ମୁନି, ଗୋପାଳପୁର ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ପ୍ରଫେସର ଡ଼ଃ ରାମ ଚନ୍ଦ୍ର ଜେନା ନିମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଶୀତା ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |

ସମ୍ମାନିତ ଅତିଥି ଭାବେ ଏହି ମହାବିଦ୍ୟାଳୟ ର ପ୍ରତିଷ୍ଠାତା କେଶବ ପଣ୍ଡା ମଂଚାସୀନ ଥିଲେ | ଏହି ମହା ବିଦ୍ୟାଳୟ ର ଓଡ଼ିଆ ଅଧ୍ୟପିକା ସ୍ନିଗ୍ଧା ରାଣୀ ପଣ୍ଡା ଆଲୋଚନା ଚକ୍ର ର ବିଷୟ ବସ୍ତୁ ର ମାର୍ଗ ଦର୍ଶିକା ଥିବା ବେଳେ ଜନନୀ ସାହୁ ଓ ମୁନି ମୁଳି ବିଷୟ ଉପସ୍ଥାପନା କରିଥିଲେ |