You are currently viewing ତାରା ତାରିଣୀ ଛକ ସରକାର ଶିଳ୍ପ ତାଲିମ ଅନୁଷ୍ଠାନ ରେ ଅନ ଏକା ଡମୀ ଶିକ୍ଷା ଅନୁଷ୍ଠାନ ସହିତ ଚୁକ୍ତି ନାମା ।
ତାରା ତାରିଣୀ ଛକ ସରକାର ଶିଳ୍ପ ତାଲିମ ଅନୁଷ୍ଠାନ ରେ ଅନ ଏକା ଡମୀ ଶିକ୍ଷା ଅନୁଷ୍ଠାନ ସହିତ ଚୁକ୍ତି ନାମା ।

ପୁରୁଷୋତ୍ତମପୁର , ୨୨/୦୩ – ( ପ୍ରସନ୍ନ କୁମାର ଦାସ

) -:- ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପୁରୁଷୋତ୍ତମପୁର, ଅନଏକାଡ଼େମୀ ନାମକ ଏକ ଶିକ୍ଷା ଅନୁଷ୍ଠାନ ସହିତ ଚୁକ୍ତିନାମା ସ୍ବାକ୍ଷର କରିଛି। ଏହି ପରିପ୍ରେକ୍ଷୀ ରେ ଆଇ.ଟି.ଆଇ ପୁରୁଷୋତ୍ତମପୁର ପାଇଲଟ ବ୍ୟାଚ ରେ ବିଭିନ୍ନ ବିଭାଗରୁ ମୋଟ ୬୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସ୍କ୍ରୀନିଂ ଟେଷ୍ଟ ଦ୍ବାରା ଚୟନ କରାଯାଇଥିଲା । ଉତ୍ତିର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ ଏବଂ ଅନୁପ୍ରେରିତ କରିବା ପାଇଁ ଅନଏକାଡ଼େମୀ ଅନୁଷ୍ଠାନର ଉଚ୍ଚ ସ୍ଥରୀୟ କର୍ମଚାରୀ ବୃନ୍ଦ ଶ୍ରୀ ଶୁଭେନ୍ଦୁ ସାହୁ, ଶ୍ରୀ ଅମିୟ ରଞ୍ଜନ ଦାଶ, ଶ୍ରୀ ସୁବ୍ରଜିତ ଖଣ୍ଡୁଆଲ ଯୋଗ ଦେଇଥିଲେ।

ଛାତ୍ରଛାତ୍ରୀ ମାନେ କିପରି ତାଙ୍କ ଭବିଷ୍ୟତ ରେ ସଫଳତା ଅର୍ଜନ କରିବେ ସେଥିପାଇଁ ଶ୍ରୀ ପୁରୁଷୋତ୍ତମ ମିଶ୍ର, ଓ.ଆର.ଏସ ଓ ଶ୍ରୀ ତନ୍ମୟ କୁମାର ପାତ୍ର, ଓ.ଆର.ଏସ ତାଙ୍କର ବହୁ ମୂଲ୍ୟ ସମୟ ଦେଇ ଏଠାରେ ଉପସ୍ଥିତ ହୋଇଥିଲେ । ଏତଦ ବ୍ୟତୀତ ନିକଟସ୍ଥ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଜୟ କୁମାର ବେହେରା, ଓ.ଏ.ଏସ ଉକ୍ତ କାର୍ଜ୍ୟକ୍ରମ ରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ତତ ବ୍ୟତୀତ ବରିଷ୍ଠ ପ୍ରକଳ୍ପ ପରିଚାଲିକା ମେଡମ ସଂଯୋଗୀତା ମିଶ୍ର, ଟାଟା ଷ୍ଟ୍ରାଇଭ ଚୟନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆପ୍ୟାୟିତ ଓ ଉତ୍ସାହିତ କରିଥିଲେ। ପରିଶେଷରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧକ୍ଷ୍ୟ ଇଂ ଲୋକେଶ ପଟ୍ଟନାୟକ ଏବଂ ଶ୍ରୀ ସୁବାଶ ଚ ଲାହାରି, ଟ୍ରେନିଂ ଅଫିସର ଏହି କାର୍ଜ୍ୟକ୍ରମ କୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ। କାର୍ଜ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଅନୁଷ୍ଠାନର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ଟାଟା ଷ୍ଟ୍ରାଇଭ ର କର୍ମଚାରୀ ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ, ଶ୍ରୀମତୀ ଶୁଭଦର୍ଶିନୀ ମହାନ୍ତି ଏବଂ ଶ୍ରୀ ବିଭୁତି ଭୂଷଣ ଛାଟୋଇ ସହଯୋଗ କରିବା ସହିତ ଉକ୍ତ ଚୁକ୍ତିନାମା କୁ ଭବିଷ୍ୟତ ରେ ସଫଳ କରିବା ନିମନ୍ତେ ବଦ୍ଧପରିକର ହୋଇଅଛନ୍ତି ।