You are currently viewing ଚଢ଼େୟା ପଲି ଓ ହାଣ୍ଡିଘର ଗ୍ରାମରେ ସ୍ମାର୍ଟ ସ୍କୁଲ ରୂପାନ୍ତି କରଣ ଉଦଘାଟନ ହୋଇଯାଇଛି
ଚଢ଼େୟା ପଲି ଓ ହାଣ୍ଡିଘର ଗ୍ରାମରେ ସ୍ମାର୍ଟ ସ୍କୁଲ ରୂପାନ୍ତି କରଣ ଉଦଘାଟନ ହୋଇଯାଇଛି

ପୁରୁଷୋତ୍ତମପୁର ବ୍ଳକ ର ଆଛୁଲି ପଞ୍ଚାୟତ ର ଚଢ଼େୟା ପଲି ଓ ହାଣ୍ଡିଘର ଗ୍ରାମରେ ସ୍ମାର୍ଟ ସ୍କୁଲ ରୂପାନ୍ତି କରଣକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ | ଏହି କାର୍ଯ୍ୟ କ୍ରମରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ, ଖଲ୍ଲିକୋଟ ବ୍ଳକ ଅଧକ୍ଷା ଦୈତାରୀ ବେହେରା, ବ୍ଳକ ଗୋଷ୍ଠି ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା, ଅତିରିକ୍ତ ଏବିଡ଼ିଓ ସନ୍ଧ୍ୟା ରାଣୀ ପଣ୍ଡା, ଆଛୁଲି କ୍ଲଷ୍ଟର ସିଆର ସିସି ସରୋଜ କାନ୍ତ ପଣ୍ଡା, ଆଛୁଳି ସରପଞ୍ଚ ସୁଧାକର ଗୌଡ଼, ପ୍ରଧାନ ଶିକ୍ଷକ ସୂର୍ଯ୍ୟ କାନ୍ତ ଚୌଧୁରୀ, ବିଆରସିସି ସିମାଞ୍ଚଳ ରଥ,ଏସ ଏମସି ଚେୟାରମ୍ୟାନ ଦେବରାଜ ଗୌଡ଼, ଙ୍କ ସହିତ ଗ୍ରାମବାସୀ ଓ ସ୍କୁଲ ଛାତ୍ର, ଛାତ୍ରୀ, ଅଭିଭାବକ ମାନେ ଉପସ୍ଥିତି ଥିଲେ | ଏବଂ ବିଧାୟିକା ସ୍କୁଲ ର ସବୁକ୍ଲାସ ଏବଂ ଅନ୍ୟାନ୍ୟ ରୁମ କୁ ବୁଲି ଦେଖି ଥିଲେ ଏବଂ ସ୍ମାର୍ଟ କ୍ଲାସ କୁ ସୁଇଚ ଟିପି ଆରମ୍ଭ କରିଥିଲେ | ସେହିପରି ହାଣ୍ଡିଘର ଗ୍ରାମରେ ଥିବା ସ୍ମାର୍ଟ ସ୍କୁଲ କୁ ମଧ୍ୟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ବ୍ଳକ ଅଧକ୍ଷା ପିଙ୍କି ବେହେରା, ଖଲ୍ଲିକୋଟ ବ୍ଳକ ଅଧକ୍ଷ ଦୈତାରୀ ବେହେରା,ବିଡ଼ିଓ ବିଜୟ ବେହେରା, ପୂର୍ବତନ ଜିଲ୍ଲପାରିଷଦ ଉପାଧକ୍ଷା ସ୍ନେହ ଲତା ପଣ୍ଡା, ଆସ୍କା ଏମପି ନମିନୀ ସୁଦର୍ଶନ ନାୟକ,ସରପଞ୍ଚ ସଂଗୀତା ମହାପାତ୍ର, ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, ଯୁବନେତା ଓ ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର, ପ୍ରଧାନ ଶିକ୍ଷୟତ୍ରୀ ରେଣୁକା ମଲ୍ଲିକ, ଏସ ଏମ ସି ଚେୟାରମ୍ୟାନ ଗୀତା ମହାରଣା, ପ୍ରମୁଖ ଙ୍କ ସହିତ ସ୍କୁଲ ଛାତ୍ର, ଛାତ୍ରୀ, ଓ ସେମାନଙ୍କ ଅଭିଭାବକ, ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |