You are currently viewing ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁରରେ ୨୦୨୬–୨୭ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁରରେ ୨୦୨୬–୨୭ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, ଅଗଷ୍ଟ ୪: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁରରେ ୨୦୨୬–୨୭ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ (PTM) ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନାନୀ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ବିଦ୍ୟାଳୟ ପରିଚାଳନା ସମିତି (SMC)ର ସଭାପତି ଶ୍ରୀ ଅନିଲ କୁମାର ଚୌଧୁରୀ, ଉପସଭାପତି ଶ୍ରୀମତୀ ଏସ୍. ଆଶାଲତା ଏବଂ ସମିତିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବହୁ ସଂଖ୍ୟକ ଅଭିଭାବକ ଏହି ବୈଠକରେ ଯୋଗଦେଇ ସକ୍ରିୟ ଭାବେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶିକା ଅନୁଯାୟୀ ବିଦ୍ୟାଳୟର ସାମଗ୍ରିକ ବିକାଶ, ଛାତ୍ରୀମାନଙ୍କ ଶିକ୍ଷାଗତ ଅଗ୍ରଗତି, ଉପସ୍ଥାନ, ଶୃଙ୍ଖଳା, ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ଏବଂ ସର୍ବାଙ୍ଗୀଣ ବ୍ୟକ୍ତିତ୍ୱ ବିକାଶ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ମତବିନିମୟ ମାଧ୍ୟମରେ ଛାତ୍ରୀମାନଙ୍କ ଉନ୍ନତ ଭବିଷ୍ୟତ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାର ସଂକଳ୍ପ ପ୍ରକାଶ ପାଇଥିଲା।

ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ବିରାଜବାଳା ସାହୁ, ଶ୍ରୀ ବାଳକୃଷ୍ଣ ଗୌଡ଼, ଶ୍ରୀମତୀ କେ. ଉଷାରାଣୀ, ସୁଶ୍ରୀ ପଣ୍ଡା, ଶ୍ରୀମତୀ ନକ୍ଷତ୍ରପ୍ରଭା ମହାରଣା ଏବଂ ଶ୍ରୀ ପ୍ରବୀଣ କୁମାର ପାଣିଗ୍ରାହୀଙ୍କ ସକ୍ରିୟ ସହଯୋଗରେ ସଫଳତାର ସହ ପରିଚାଳନା କରାଯାଇଥିଲା।

ବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ସମସ୍ତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇବା ସହ ଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷା ଏବଂ ସର୍ବାଙ୍ଗୀଣ ବିକାଶ ପ୍ରତି ବିଦ୍ୟାଳୟର ପ୍ରତିବଦ୍ଧତା ପୁନର୍ବ୍ୟକ୍ତ କରାଯାଇଥିଲା। ସେହିପରି କେନ୍ଦ୍ର ସରକାରଙ୍କ ତରଫରୁ 14 ବର୍ଷରୁ ଉର୍ଦ୍ଧ୍ବ 15 ବର୍ଷରୁ କମ ସମସ୍ତ ଛାତ୍ରୀଙ୍କୁ ଦିଆଯାଉଥିବା ମାଗଣା ଏଚ ପି ଭି ଜରାୟୁ କର୍କଟ ରୋଗର ପ୍ରତିଶେଧକ ଟିକା ବିଷୟରେ। ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ର ରେଡ଼କ୍ରସ ହସ୍ପିଟାଲ ମେଡିକାଲ ଅଫିସର ଡାକ୍ତର କାହ୍ନୁ ଚରଣ ପାତ୍ର ଓ ସହରାଞ୍ଚଳ ଜନ ସ୍ଵାସ୍ଥ୍ୟ ଅଧିକାରୀ ଉମେଶ କୁମାର ପଣ୍ଡା ସମସ୍ତ ଅଭିଭାବକଙ୍କୁ ବିସ୍ତାର ଭାବେ ଆଲୋଚନା କରି ସଚେତନ କରାଇଥିଲେ। ବ୍ରହ୍ମପୁର ସିଟି ହସ୍ପିଟାଲ,ଜେନେନା ହସ୍ପିଟାଲ ଓ ଆସ୍କା ରୋଡ଼ ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଏହି ଟିକା କରଣ ସମ୍ପୂର୍ଣ୍ଣ ମାଗଣା ରେ ଉପଲବ୍ଧ। ଏଣୁ ଏହାର ସୁଯୋଗ ନେବା ପାଇଁ ଅନୁରୋଧ କରିଥିଲେ।