ଖଲ୍ଲିକୋଟ : 15/12 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କିଶୋର ପଲାଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଯୁବ ଓଡିଶା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି |ବିଦ୍ୟାଳୟ ର ଅଧକ୍ଷ ଡ଼ଃ. ନମିତା ଦାଶ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଉଦଯାପନ ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମୂହ ର ଆଞ୍ଚଳିକ ନିର୍ଦେଶକ ସୁଶାନ୍ତ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଚଳିତ ଶିକ୍ଷା ନୀତି ରେ ଛାତ୍ର ଛାତ୍ରୀ ମାନଙ୍କୁ ଚୈତ ଶିକ୍ଷା ମାଧ୍ୟମ ରେ ଛାତ୍ର ମାନଙ୍କ ଜୀବନ ର ଲକ୍ଷ୍ୟ ପୂରଣ ଓ ସ୍ୱାବଲମ୍ବୀ, ସଶକ୍ତ ହେବା ସାଙ୍ଗକୁ ଉତ୍ତମ ଚରିତ୍ର ଗଠନ ରେ ସହାୟକ ହେବ ବୋଲି ପିଲାମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ |

ମୁଖ୍ୟ ବକ୍ତା ଭାବେ ଭଞ୍ଜନଗର ସ୍ଥିତ କେ ଏସ ୟୁ ବି କଲେଜ ର ପ୍ରାକ୍ତନ ଅଧକ୍ଷ ବିବେକାନନ୍ଦ ପାଣିଗ୍ରାହୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ହୋଇ ସମାଜ ଗଠନ ରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷ|ବିଭାଗ ର ଯୁଗ୍ମ ସମ୍ପାଦକ ହରିଶ୍ଚନ୍ଦ୍ର ବେହେରା, ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରତିଷ୍ଠାତା କିଶୋର ଚନ୍ଦ୍ର ପଲାଇ, ଜିଲ୍ଲା ପରିଷଦ ସଭ୍ୟ ସୋନମ ପଲାଇ, ବିନାୟକ ଜାଲ୍ଲୀ, ବ୍ଲକ ଉପାଧ୍ୟକ୍ଷା ଭାରତୀ ମହାରଣା, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ଲଙ୍ଗଳେଶ୍ୱର ସରପଞ୍ଚ ରମେଶ ସାହୁ, ସମିତି ସଭ୍ୟ ପଦ୍ମ ଦଳାଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,|

ମଂଚାସୀନ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ର ମୁଖ ପ|ତ୍ର “ସୃଷ୍ଟି ” କୁ ଉନ୍ମୋଚନ କରାଯାଇଥିଲା |କାର୍ଯ୍ୟକ୍ରମ ର ନୋଡାଲ ଅଫିସର ସରୋଜ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ଼ି ଅରୁଣା ଚଲାମ, ସତ୍ୟବାନ ନାୟକ, ନୀଳାଞ୍ଚଳ ମହାରଣା,ଯୋଗୀନ୍ଦ୍ର ବାରିକ, କୃଷ୍ଣ ଚନ୍ଦ୍ର ସାମନ୍ତରା,ମନୋରଞ୍ଜନ ସାମନ୍ତରା, ମହେଶ୍ୱର ବାରିକ,ମହେଶ୍ୱର ଦାଶ ପ୍ରମୁଖ ଅଧ୍ୟାପକ ଙ୍କ ସମେତ ବିଦ୍ୟାଳୟ ର ବରିଷ୍ଠ ହିସାବ ରକ୍ଷକ ଟୁନା ଦାଶ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ବିଭିନ୍ନ ବିଭାଗ ରେ କୃତିତ୍ୱ ହାସଲ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )
