You are currently viewing ସ୍ନାତକ ପରୀକ୍ଷାରେ କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ରୀଙ୍କ ସଫଳତା
ସ୍ନାତକ ପରୀକ୍ଷାରେ କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ରୀଙ୍କ ସଫଳତା

ବେଲଗୁଣ୍ଠା, 02/07, ସଦ୍ୟ ପ୍ରକାଶିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ରୀ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି I ତର୍କ ଶାସ୍ତ୍ର ବିଭାଗରେ ବିଶ୍ଵବିଦ୍ୟାଳୟର ପ୍ରଥମ ଦଶ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାବିଦ୍ୟାଳୟର ନଅ ଜଣ ଛାତ୍ରୀ ରହିଛନ୍ତି I ବିଶ୍ବବିଦ୍ୟାଳୟ ସ୍ତରରେ ମହାବିଦ୍ୟାଳୟର ଛାତ୍ରୀ ସ୍ୱାଗତିକା ନାୟକ ଦ୍ୱିତୀୟ ସ୍ଥାନ, ପୁଷ୍ପାଞ୍ଜଳି ପ୍ରଧାନ ତୃତୀୟ ସ୍ଥାନ,ରୋଜାଲିନ୍ ବିଷୋୟୀ ଚତୁର୍ଥ ସ୍ଥାନ,ବନ୍ଦନା ଦାସ ପଞ୍ଚମ ସ୍ଥାନ, କାଜଲ୍ ସ୍ଵାଇଁ ଷଷ୍ଠ ସ୍ଥାନ, ପାରିଜାତ ସାହୁ ସପ୍ତମ ସ୍ଥାନ,ଜ୍ୟୋତି ରଞ୍ଜନୀ ଅଷ୍ଟମ ସ୍ଥାନ,ଲିଜା ସ୍ୱାଇଁ ନବମ ସ୍ଥାନ ଏବଂ ସୁରଭି ତନୟା ଛାଟେଇ ଦଶମ ସ୍ଥାନ ହାସଲ କରିଛନ୍ତି I ସେହିପରି ରସାୟନ ବିଭାଗରେ ମହାବିଦ୍ୟାଳୟର ଛାତ୍ରୀ ରୂପାଲି ଗୌଡ଼ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଏବଂ ପ୍ରୀତି ସ୍ୱାଇଁ ଷଷ୍ଠ ସ୍ଥାନ ହାସଲ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି I ସଫଳତା ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି I

ରିପୋର୍ଟ -ଶିବରାମ ଚୌଧୁରୀ