You are currently viewing ସିଦ୍ଧେଶ୍ଵର ଆଦର୍ଶ ବିଦ୍ୟାଳୟ ଦ୍ବାଦଶ ଓ ଦଶମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେଲେ ଦୁଇ ଛାତ୍ରୀ
ସିଦ୍ଧେଶ୍ଵର ଆଦର୍ଶ ବିଦ୍ୟାଳୟ ଦ୍ବାଦଶ ଓ ଦଶମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେଲେ ଦୁଇ ଛାତ୍ରୀ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଥିବା ବେଳେ ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ଵର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୈାରବ ଆଣିଛନ୍ତି ଦୁଇ ଛାତ୍ରୀ । ଦ୍ବାଦଶ ଶ୍ରେଣୀରୁ ଛାତ୍ରୀ ଏସ୍ . ରାନୀ ରେଡ୍ଡୀ ସର୍ବାଧିକ ୪୬୫ (୯୩%)ନମ୍ବର ରଖି ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଦଶମ ଶ୍ରେଣୀରୁ ଛାତ୍ରୀ ବି. ବର୍ଷାରାଣୀ ରେଡ୍ଡୀ ୪୭୧(୯୪.୨%) ନମ୍ବର ରଖି ଏଭଳି କୃତିତ୍ୱ ହାସଲ କରିଥିବା ଜଣାପଡିଛି । ଖବରନୁଯାୟୀ , ଚଳିତ ବର୍ଷ ଏହି ବିଦ୍ୟାଳୟରୁ ୮୨ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଏବଂ ୫୪ ଜଣ ଛାତ୍ରଛାତ୍ରୀ ଦ୍ଵାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିଲେ। ଦଶମ ଶ୍ରେଣୀର ପରୀକ୍ଷା ଫଳ ୯୩.୯ ପ୍ରତିଶତ ହୋଇଥିବା ବେଳେ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳ ୯୨.୫ ପ୍ରତିଶତ ରହିଛ। ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ତାମଣି ପଲାଇ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କୃତି ହାସଲକାରୀ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହିି ସଫଳତା ପାଇଁ ଦୁଇଛାତ୍ରୀ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କ ସମସ୍ତ ଶ୍ରେୟ ଦେଇଛନ୍ତି ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା