You are currently viewing ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ଆସ୍ପୃହା ମଣ୍ଡଳ ର ୪ ଦିନିଆ ଶିକ୍ଷକ ସମ୍ମିଳନୀ ଉଦ୍ଘାଟିତ
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ଆସ୍ପୃହା ମଣ୍ଡଳ ର ୪ ଦିନିଆ ଶିକ୍ଷକ ସମ୍ମିଳନୀ ଉଦ୍ଘାଟିତ

ଖଲ୍ଲିକୋଟ : 10/06/24 ଖଲ୍ଲିକୋଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ରବିବାର ଦିନ ଆସ୍ପୃହା ମଣ୍ଡଳର ଗଞ୍ଜାମ , ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏକ ୪ ଦିନିଆ ସମ୍ମିଳନୀ ଉଦ୍ଘାଟିତ ହୋଇଛି । ଉକ୍ତ ଉଦ୍ଘାଟନ ଉତ୍ସବ ରେ ଅନୁଷ୍ଠାନର ସଭାପତି ଚକ୍ରପାଣି ସ୍ୱାଇଁ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ସଭା କାର୍ଯ୍ୟ କ୍ରମରେ ମୂଖ୍ୟ ଅତିଥି ରୂପେ ନବଜୀବନ ଶିକ୍ଷା ସଂସଦ ର ସମ୍ପାଦକ ଶ୍ରୀ ପ୍ରସାଦ ତ୍ରିପାଠୀ ଯୋଗଦେଇ ଜୀବନ ଶିକ୍ଷାରେ ଛାତ୍ର ଛାତ୍ରୀ ମାନଙ୍କ ଚୈତ୍ୟ ରୂପାନ୍ତର ରେ ଶିକ୍ଷକ ପଥ ପ୍ରଦର୍ଶକ ସାଜି ଥାଏ ବୋଲି ବକ୍ତବ୍ୟ ରଖିଥିଲେ । ଅଷ୍ପୃହା ମଣ୍ଡଳ ର ସଂଯୋଜକ ଭାଗିରଥି ମହାପାତ୍ର, ଲଲାଟେନ୍ଦୁ ସାମନ୍ତ ଏବଂ ମନୋଜ କୁମାର ସ୍ବାଇଁ ଯୋଗଦେଇ ଶ୍ରୀ ଅରବିନ୍ଦ ଙ୍କ ଆଧ୍ୟାତ୍ମିକ ଶିକ୍ଷା ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅସ୍ପୃହ ମଣ୍ଡଳର ସଂଗଠକ ସୁରେନ୍ଦ୍ର ନାଥ ଦାଶ ଶିକ୍ଷା କେନ୍ଦ୍ର ର ସମ୍ପାଦକ ରାମମୋହନ ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ ଅମୁଲ୍ୟ କୁମାର ମିଶ୍ର ବକ୍ତବ୍ୟ ରଖିଥିଲେ ।

ଆଗାମୀ ଶିକ୍ଷା ବର୍ଷ ର ଜାତୀୟ ଶିକ୍ଷା ନୀତି ଅନୁଯାୟୀ କେଉଁ କେଉଁ ବିଷୟରେ ଗୁରୁତ୍ଵ ଦିଆଯିବ ଏବଂ ଶ୍ରୀ ଅରବିନ୍ଦ ଙ୍କ ଯୋଗ ଶିକ୍ଷା ବିଷୟ ରେ ଆଲୋଚନା ହୋଇଥିଲା । ଏଥିରେ ଅସ୍ପୃହା ମଣ୍ଡଳ ର ସମସ୍ତ କର୍ମ କର୍ତ୍ତା ଏବଂ ଶିକ୍ଷା କେନ୍ଦ୍ର ର ଶିକ୍ଷକ ଏବଂ ପରିଚାଳନା କର୍ମକର୍ତ୍ତା ମାନେ ଶିବିରକୁ ପରିଚାଳନା କରୁଛନ୍ତି |

(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )