ବେଲଗୁଣ୍ଠା, 07/04, ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ଯ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି I ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡାକ୍ତର ସରୋଜ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜନ ସାଧାରଣଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସହିତ ସେଗୁଡିକର ସମାଧାନ ଦିଗରେ ଆଲୋଚନା କରାଯାଇଥିଲା I ବିଶେଷ କରି ଶିଶୁ,ପ୍ରସୂତି, ଗର୍ଭବତୀ ଏବଂ ବୃଦ୍ଧ ବୃଦ୍ଧା ମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ଅଧିକ ସଚେତନ ହେବାର ଆବଶ୍ୟକ ରହିଛି ବୋଲି ଆୟୂଷ ଡାକ୍ତର ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶକ ଶୁଭ୍ରମନ୍ୟୁ କର ଉପସ୍ଥିତ ରହି ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ପୌଷ୍ଟିକ ଆହାର,ନିୟମିତ ବ୍ୟାୟାମ ଓ ଯୋଗ ଏବଂ ଉତ୍ତମ ଦିନ ଚର୍ଯ୍ୟା ପ୍ରତି ଦୃଷ୍ଟି ଦେବାକୁ କହିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଷ୍ଟାଫ୍ ନର୍ସ ସିଦ୍ଧାର୍ଥ ମିଶ୍ର ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ସମେତ ଅଙ୍ଗନୱାଡି କର୍ମୀ ଏବଂ ଆଶାକର୍ମୀମାନେ ଉପସ୍ଥିତ ଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ
