ବେଗୁନିଆପଡା ବ୍ଲକ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର ବି ଏସ କେ ଆୟୁଷ ଡାକ୍ତରମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି | ପ୍ରକାଶ ଥାଉକି ଏହି ଆୟୁଷ ଡାକ୍ତରମାନେ 2013 ମସିହା ଠାରୁ ଅତି ନିମ୍ନମାନର ଦରମାରେ ଚାକିରୀ କରିଆସୁଛନ୍ତି | ସେମାନେ ଜନ୍ମରୁ ଅଠର ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉତ୍ତମ ସ୍ଵାସ୍ତ୍ୟ ସେବା ଯୋଗାଇଦେବାରେ ସହାୟ ହୁଅନ୍ତି, ଯଥା ଗ୍ରହଣ ଖଣ୍ଡିଆ, ପାଦ ବଙ୍କା, ହୃଦରୋଗୀ, ଜନ୍ମାତ ଅନ୍ଧ, ଅନେକ ଶିଶୁରୋଗ ଆଦିର ସଫଳ ଚିକିତ୍ସା କରେଇଛନ୍ତି | ଏପରି ତୃଣମୂଳ ସ୍ତରରେ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗେଇଦେବା କ୍ଷେତ୍ରରେ ଆର ବି ଏସ କେ ଆୟୁଷ ଡାକ୍ତର ମାନଙ୍କ ଭୂମିକା ଅତି ପ୍ରଶଂସନୀୟ l ବିଭିନ୍ନ ଦୈବୀ ଦୁର୍ବିପାକ, ମହାମାରୀ ତଥା କୋୖଣସି ବି ଜରୁରୀ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଆସୁଛନ୍ତି | ସାରାଦେଶରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନାରେ ମଧ୍ୟ୍ୟ ସେମାନଙ୍କର କାର୍ଯ୍ୟ ଅତି ଉଚ୍ଚକୋଟିର ଥିଲା | ରାଜ୍ୟ ରେ ଏହି ଡାକ୍ତର ମାନେ ପ୍ରାୟ ଦଶ ରୁ ପନ୍ଦର ବର୍ଷ ହବ କାର୍ଯ୍ୟ କରିଆସୁଛନ୍ତି l କିନ୍ତୁ ଦୁର୍ଭାଗ୍ୟ ଜନକ କଥା ଏହିକିଯେ ଏହି ଆର ବି ଏସ କେ ଆୟୁଷ ଡାକ୍ତରମାନଙ୍କର ନା ମିଳୁଛି ଅଧିକ ଦରମା ନା ଅଛି ଚାକିରୀରେ ସ୍ଥାୟିତ୍ୱ | ବାରମ୍ବାର ଦାବି ଜଣାଇବା ପରେ ପ୍ରତିଶୃତି ମିଳିଥିବା ସତ୍ୱେ ସରକାର ସେମାନଙ୍କୁ କଣ ପାଇଁ ଅଣଦେଖା କରୁଛନ୍ତି ତାହା ଆର ବି ଏସ ଆୟୁଷ ଡାକ୍ତର ମହଲରେ ପ୍ରଶ୍ନବାଚୀ ହୋଇଛି | ମନ୍ତ୍ରୀ ସ୍ତରୀୟ କମିଟିକୁ ମଧ୍ୟ୍ୟ ସ୍ମାରକ ପତ୍ର ଦିଆହୋଇଥିଲେ ମଧ୍ୟ୍ୟ ତାହାର ଫଳାଫଳ କିଛି ମିଳୁନି | ଏମିତିକି ମିଶନ ନିର୍ଦ୍ଦେଶାଳୟ କୁ ଅଭିଯୋଗ ପତ୍ର ଦାଖଲ କରିବା ପାଇଁ ଅନୁମତି ଦେଉନାହାନ୍ତି | ତେଣୁ ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଙ୍ଘ ଡାକରାରେ ସ୍ଥାୟୀ ନିଯୁକ୍ତି ପାଇଁ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜଣେଇଵା ସହିତ ଶାନ୍ତି ପୁର୍ଣ ଭାବରେ କାର୍ଯ୍ୟ କରୁଛନ୍ତି |ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
