ପୁରୁଷୋତ୍ତମପୁର 13/02/ 23-( ପ୍ରସନ୍ନ କୁମାର ଦାସ ) ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ ,ପୁରୁଷୋତ୍ତମପୁର ର ସମସ୍ତ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ତା ୧୫-୧୦-୨୦୨୨ ରେ ଓଡିଶା ମାଟିରୁ ଚୁକ୍ତିଭିତିକ ଯୁଗ ଶେଷ ହେଲା ଘୋଷଣା କରିଥିଲେ ସୁଦ୍ଧା ବର୍ତ୍ତମାନ ପ୍ରାୟ ୪ ମାସ ପୁରିଲାଣି କିନ୍ତୁ ଆଜି ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ଦଶ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଵଳ୍ପ ଦରମାରେ ଚୁକ୍ତିଭିତିକରେ ଅଛନ୍ତି । ରାଜ୍ୟରେ ୫୭୦୦୦ କର୍ମଚାରୀ ମାନଙ୍କ ଉଚ୍ଛେଦ ହେଲା କିନ୍ତୁ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ରାଜ୍ୟ ସରକାରଙ୍କ ଓ.ଆର.ଭି ଧାରା ୧୯୭୫ ନିୟମ ପାଳନ କରି, ଡି.ଏଲ.ଇଡି, ବି.ଇଡି ତାଲିମ ପାଇଁ ଚୟନମୂଳକ ପରୀକ୍ଷା ଏବଂ ଓ.ଟି.ଇ.ଟି ବାଧ୍ୟମୂଳକ ଭାବେ ସମସ୍ତ ସର୍ତ୍ତ ପୂରଣ ପରେ ନିଯୁକ୍ତି ପାଇଛନ୍ତି । କିନ୍ତୁ ଚୁକ୍ତିଭିତିକ ପ୍ରଥ।ରୁ ଉଚ୍ଛେଦ ହୋଇନାହାନ୍ତି । ବହୁବାର ଆଲୋଚନା ପରେ ମୁଖ୍ୟଶାସନ ସଚିବ କେନ୍ଦ୍ର ସ୍କିମ କହି ମନାକଲାବେଳେ ପାନିୟ ଜଳ ଯୋଗାଣ ଜେ.ଇ.ଇ, ଏନ୍.ଏଚ.ଏମ୍ ରୁ ନର୍ସି ଅଫିସର ମାନଙ୍କୁ ନିୟମିତ କରାଯାଇଛି । ଏଥିରୁ ସହଜରେ ଅନୁମେୟ ନିୟମିତ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ହାତରେ ରହିଛି। କିନ୍ତୁ ପ୍ରାଥମିକ ଶିକ୍ଷା ଏବଂ କନିଷ୍ଠ ଶିକ୍ଷକଙ୍କ ପାଇଁ କାହିଁକି ଅବହେଳା ସହଜରେ ବୁଝିହେଉନାହିଁ । ତେଣୁ ଭ।ରତୀୟ ସମ୍ବିଧାନ ଧାରା ୩୦୯ ଅଧିନିୟମ ଅନୁସାରେ ଜଣେ ନିର୍ବାଚିତ ପ୍ରତିନିଧି ଯେ କୌଣସି ପଦବୀ ଏବଂ ତାର ସମ୍ପର୍କୀତ ନିୟମ ତିଆରି ଓ ପରିବର୍ତ୍ତନ କରିପାରିବେ । ତେଣୁ କନିଷ୍ଠ ଶିକ୍ଷକଙ୍କୁ ଅଣଦେଖା କରାଯାଇଛି । ସମସ୍ତ କନିଷ୍ଠ ଶିକ୍ଷକ ପୋଷ୍ଟ କାର୍ଡ ମାଧ୍ୟମରେ ଜଣାଉଛୁ ମାନ୍ୟବର ମୁଖ୍ୟମନ୍ତ୍ରୀ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବାପାଇଁ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ ।

ତା ୧୩-୦୨-୨୦୨୩ ରିଖ ଦିନ ଇ-ମେଲ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁନଶ୍ଚ ନିଜ ଦାବୀ ଉପସ୍ଥାପନ କରୁଅଛୁ ।
ଯଦି ସରକାରଙ୍କ ତରଫରୁ କୌଣସି ସକାରାତ୍ମକ ନିଷ୍ପତ୍ତି ନ ଆସେ ତାହେଲେ ରାଜ୍ୟର ସମସ୍ତ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ତାଙ୍କ ପରିବାର, ବୁଦ୍ଧିଜୀବୀ ସମସ୍ତଙ୍କୁ ପ୍ରାଥମିକ ଶିକ୍ଷା ପ୍ରତି ଅଣଦେଖା ହେଲେ ପ୍ରତିବାଦର ସ୍ୱର ପଂଚାୟତ ସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ଉଠିବ ଏବଂ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ଏଥିପାଇଁ ଯାହା ସମସ୍ୟା ଉପୁଜିବ ସେଥିପାଇଁ ସରକାର ଦାୟୀ ରହିବେ। ଏହାର ସଭାପତି ସ୍ୱାଗତ କୁମାର ପତି, ଓ ସମ୍ପାଦକ ସନାତନ ବେହେରା

