ଖଲ୍ଲିକୋଟ : 3/5 ଗତକାଲି ପ୍ରକାଶିତ ମାଟ୍ରିକ ପରୀକ୍ଷା 2025 ଶିକ୍ଷା ବର୍ଷ ରେ ଖଲ୍ଲିକୋଟ ବ୍ଲକ ରେ ଥିବା 32 ଗୋଟି ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଓ 4 ଗୋଟି ବେସରକାରୀ ହାଇସ୍କୁଲ ର ମୋଟ 2162 ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇଁକାଣୀପଲ୍ଲୀ ଗ୍ରାମରେ ଥିବା ବାଗଦେବୀ ଯାଇସ୍କୁଲ ର ଜଣେ ଛାତ୍ରୀ ସରସ୍ବତୀ ସ୍ୱାଇଁ ସର୍ବାଧିକ 560 ବ୍ଲକ ଟପ୍ପର ହୋଇଥିବା ବେଳେ ସେହି ବିଦ୍ୟାଳୟ ର ଜ୍ୟୋତି ମହାରଣା 554 ସହ ଦୁଇ ଜଣ ଛାତ୍ରୀ ଏ – 1 ହୋଇ ଥିବା ଜଣାପଡିଛି | ଫଳରେ ବ୍ଲକ ର ଚାରି ଜଣ ଛାତ୍ରୀ ଙ୍କୁ ସଫଳତା ମିଳିଛି | ଖଲ୍ଲିକୋଟ ସରସ୍ବତି ଶିଶୁ ବିଦ୍ୟା ମନ୍ଦିର ର ତୋୟାସ ଜେନା 551,ସାଇଁ ସ୍ୱରୂପ ପୁହାଣ 544 ଓ ଅର୍ଚିତା ପଟନାୟକ 543 ରଖି ଏ – 1 ସ୍ଥାନ ହାସଲ କରିଛନ୍ତି |ଫଳରେ ବ୍ଲକ ରେ ମୋଟ 5 ଜଣ ଏ 1 ପାଇଛନ୍ତି |ତେବେ ବ୍ଲକ ରେ ଏ 2 =42 ଜଣ ପାଇଥିବା ବେଳେ ବି 1 = 187 ଓ ବି 2 =385 ଜଣ ଉତୀର୍ଣ୍ଣ ହୋଇଛନ୍ତି |ତେବେ ବ୍ଲକ ରେ ମୋଟ 212 0 ପାସ ହୋଇଥିବା ବେଳେ ମୋଟ 47 ଜଣ ଫେଲ ହୋଇଥିବା ଜଣାପଡିଛି | ତେବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ତତ୍ପରତା ଅଭାବ ରୁ ଖଲ୍ଲିକୋଟ ବ୍ଲକ ରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ହ୍ରାସ ପାଇଥିବା ବେଳେ 5 ଟି ଓ ଅନୁସାଙ୍ଗିକ ଭିତ୍ତିଭୂମି ସତ୍ୱେ ସରକାରୀ ହାଇସ୍କୁଲ ଗିଦିକ ରେ ନୈରାଶ୍ୟ ଜଣକ ଫଳ ମିଳିଛି |ଏଥି ପାଇଁ ବିଷୟ ଭିତ୍ତିକ ଶିକ୍ଷକ ଅଭାବ କୁ ବୁଦ୍ଧିଜୀବୀ ମାନେ ଦାୟୀ କରିଛନ୍ତି |ନାଇଁକାଣୀ ପଲ୍ଲୀ ଗ୍ରାମ ର ଥିବା ବାଗଦେବୀ ବାଗଦେବୀ ହାଇସ୍କୁଲ ର ଏକ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ରେ ଦୁଇଟି ପିଲା ଏ 1 ହାସଲ କରିଛି |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ
