(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ମହିଳାଙ୍କ ସୁରକ୍ଷା, ଅଧିକାର ଓ କ୍ଷମତା ସଂପର୍କୀତ ଏକ କର୍ମଶାଳା ଗଞ୍ଜାମ କୋଦଳା ବି ଇଡି କଲେଜରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ତହସିଲଦାର ସଶ୍ମିତା ଶତପଥୀ, କଲେଜ ଅଧ୍ୟକ୍ଷ ବିଭୂତି ଭୂଷଣ ମହାପାତ୍ର, ପୋଲିସ ଏ ଏସ୍ ଆଇ ଆରତୀ ପରିଡା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଏନେଇ ଅବଗତ କରାଇଥିଲେ। ମହିଳାଙ୍କ ଅଧିକାର, ସାମାଜିକ ପ୍ରତିବନ୍ଧକ, ବାଲ୍ଯ ବିବାହକୁ କିଭଳି ରୋକାଯାଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ମହିଳାଙ୍କ ମୌଳିକ ଅଧିକାର ଏବଂ ଆଇନଗତ ବ୍ୟବସ୍ଥା ସମ୍ପର୍କୀତ ଜ୍ଞାନ କଲେଜ ଛାତ୍ରୀମାନେ ଜାଣିବା ଜରୁରୀ, ଏହା ସେମାନଙ୍କୁ ସୁରକ୍ଷିତ ଏବଂ ସଶକ୍ତ କରିବାରେ ବେଶ୍ ସହାୟକ ହୋଇଥାଏ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଉପସ୍ଥିତ ଛାତ୍ରୀମାନଙ୍କୁ ମୌଳିକ ଅଧିକାର, ନ୍ୟାୟ ଏବଂ ଆଇନ ସମ୍ବନ୍ଧୀତ ଅନେକ ପ୍ରସଙ୍ଗରେ ସଚେତନତା କରିଥିଲେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ।କୌଣସି ସୁବିଧା ଅସୁବିଧାରେ ଥାନାର ପରାମର୍ଶ ଓ ସହଯୋଗ ଲୋଡିବାକୁ ଛାତ୍ରୀ ମାନଙ୍କୁ କୁହାଯାଇଥିଲା। ଏଥିରେ କଲେଜର ଛାତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
