You are currently viewing ଖଲ୍ଲିକୋଟ :ଚାଣକ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ +2 ରେ ମିଳିଲା ଶହେ ଭାଗ ସଫଳତା, 91 ଜଣ ପ୍ରଥମ ଓ 32 ଜଣ ଦ୍ୱତୀୟ ଶ୍ରେଣୀ
ଖଲ୍ଲିକୋଟ :ଚାଣକ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ +2 ରେ ମିଳିଲା ଶହେ ଭାଗ ସଫଳତା, 91 ଜଣ ପ୍ରଥମ ଓ 32 ଜଣ ଦ୍ୱତୀୟ ଶ୍ରେଣୀ

ଖଲ୍ଲିକୋଟ :23/5 ଗତ ଶିକ୍ଷାବର୍ଷ 2024 – 25 ରେ ଖଲ୍ଲିକୋଟ ସ୍ଥିତ ଚାଣକ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ମିଳିଛି ଶତ ପ୍ରତିଶତ ସଫଳତା |ଗତ 2013 ମସିହା ରେ ପ୍ରତିଷ୍ଠିତ ଚାଣକ୍ୟ ଉଚ୍ଚ ମାଧ୍ୟମିକ ର ସମସ୍ଥ ଅଧକ୍ଷ, ପରିଚାଳନା କମିଟି ର ସଦସ୍ୟ ଓ ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଗତ ୭ ବର୍ଷ ଧରି ଉକ୍ତ ବିଦ୍ୟାଳୟ ର ଶତ ପ୍ରତିଶତ ଛାତ୍ର ଛାତ୍ରୀ ଙ୍କୁ +2 ବିଜ୍ଞାନ ରେ ଶତ ପ୍ରତିଶତ ସଫଳତା ମିଳିଥିବା ଜଣାପଡିଛି |

ଏ ଉପଲକ୍ଷେ ବିଦ୍ୟାଳୟ ପରିସର ରେ ଆୟୋଜିତ ସମ୍ବର୍ଦ୍ଧନା ଉଛବ ରେ ବିଦ୍ୟାଳୟ ର ଅଧକ୍ଷ ରଘୁନାଥ ବେହେରା, ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ସାମନ୍ତରା ଓ ସମ୍ପାଦକ ବିଜୟ କୁମାର ସାହୁ ଙ୍କ ଉପସ୍ଥିତି ବିଦ୍ୟାଳୟ ର ପ୍ରଥମ ଦଶ ଜଣ ଶ୍ରେଷ୍ଠ ମେଧାବୀ ଛାତ୍ର ଛାତ୍ରୀ ସର୍ବଶ୍ରୀ ଲତିଶ ନାହାକ


ବର୍ଷାଆର୍ଯ୍ୟନ ନାହାକ ଶୁଭମ ନାହାକ, ଅନ୍ୱିଷା ସୁଭଦର୍ଶନୀ, ବିଶ୍ଵଭୂଷଣ ସାହୁ, କରିନା ପାତ୍ର, ଅଶ୍ୱିନୀ କୁମାର ସାହୁ ଆଶା ବେହେରା ଶ୍ରୀହରି ବେହେରା ବିଶ୍ମୟୀ ବେହେରା, ସମୀକ୍ଷା ପଣ୍ଡା ପ୍ରମୁଖ ଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ଓ ପୁଷ୍ପ ଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ଥ ଅଧ୍ୟାପକ ଓ ଅଣଶିକ୍ଷକ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |
ରିପୋଟ : ମାଧବ ବେହେରା, ଖଲ୍ଲିକୋଟ