You are currently viewing ଜଲମେରୀପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ
ଜଲମେରୀପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜଲମେରୀପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଶନିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଜେନ୍ଦ୍ର ଗୌଡଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏବିଇଓ ରସାନନ୍ଦ ଘଡେଇ ମୁଖ୍ୟବକ୍ତା ରୂପେ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଏବିଇଓ ବିଶ୍ରବା ପାଇକ ଏଲିମେଣ୍ଟାରୀ ଶିକ୍ଷକ ସଂଘ ସଭାପତି ଗଣେଶ ପାତ୍ର , ସଂପାଦକ ସନ୍ତୋଷ କୁମାର ଗୈାଡ , ଭୀଷ୍ମଗିରି କ୍ଳଷ୍ଟର ସିଆରସିସି ସରୋଜ କାନ୍ତ ସାହୁ , ପୂର୍ବତନ ସିଆରସିସି କୋରା ସେଠୀ , ଏସ୍ . ଟିକରପଡା କ୍ଳଷ୍ଟର ସିଆରସିସି ସରୋଜ କୁମାର ନାୟକ , ପୂର୍ବତନ ସିଆରସିସି ନରସିଂହ ପ୍ରସାଦ ପାଠୀ , ମଧୁବନ କ୍ଳଷ୍ଟର ସିଆରସିସି ବାବୁଲାଲ ନାୟକ , ବରିଷ୍ଠ ପ୍ରଧାନଶିକ୍ଷକ ‌ପ୍ରଶାନ୍ତ କୁମାର ପଟ୍ଟନାୟକ , ମନୋଜ କୁମାର ନାୟକ , ନିଳାଞ୍ଚଳ ପ୍ରଧାନ , ହୃଷୀକେଶ ଗୌଡ , ଈଶ୍ଵର ଶବର , ଦେବେନ୍ଦ୍ର ପ୍ରସାଦ ନାୟକ , ବିଦ୍ୟାଳୟ ପରିଚାଳନା କମିଟି ପୂର୍ବତନ ସଭାପତି ଚିନ୍ତାମଣି ବିଶ୍ଵାଳ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ପ୍ରଧାନଶିକ୍ଷକ ଶ୍ରୀ ଗୈାଡ ବାର୍ଷିକ ବୀବରଣୀ ପଠନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୋହନ ବିଶ୍ଵାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଅତିଥି ମାନଙ୍କ ଦ୍ଵାରା ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲକାରୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସୁନ୍ଦର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆୟୋଜିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସମେତ ଅଭିଭାବକ/ ଅଭିଭାବିକା , ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।( ରିପୋର୍ଟ ଦିଗପହଣ୍ଡି ରୁ କିରଣ କୁମାର ବେହେରା)