You are currently viewing କଙ୍କୋରଡ଼ା କଲେଜ ଓଡ଼ିଆ ବିଭାଗ ପକ୍ଷରୁ ଜାତୀୟ ପାଠଚକ୍ର
କଙ୍କୋରଡ଼ା କଲେଜ ଓଡ଼ିଆ ବିଭାଗ ପକ୍ଷରୁ ଜାତୀୟ ପାଠଚକ୍ର

ସାନଖେମୁଣ୍ଡି ସ୍ଥାନୀୟ କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଏକଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ ସନ୍ତୋଷକୁମାର ପାଢ଼ୀଙ୍କ ଅଧ୍ୟକ୍ଷତା ଓ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ସିଲୁ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ସେବାନିବୃତ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଡ ହରିକୃଷ୍ଣ ନାୟକ ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଡ ସୁରେନ୍ଦ୍ରନାଥ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଡ ଲକ୍ଷ୍ମୀନାରାୟଣ ଦାଶ ଅଧ୍ୟାପକ ଡ଼ ପ୍ରଣବାନନ୍ଦ ପାଟଯୋଷି ବରିଷ୍ଠ ସାମ୍ବାଦିକ ବିନାୟକ ଦାଶ ପ୍ରମୁଖ ଯୋଗ ଦେଇଥିଲେ।”ଓଡ଼ିଆ ସାହିତ୍ୟକୁ ସାନଖେମୁଣ୍ଡିର ଅବଦାନ” ଶୀର୍ଷକ ପାଠଚକ୍ରରେ ପ୍ରାଚୀନ ସାନଖେମୁଣ୍ଡିରୁ ସାମ୍ପ୍ରତିକ ସାନଖେମୁଣ୍ଡି ମଧ୍ୟରେ ଅଞ୍ଚଳର ସାହିତ୍ୟ କୃତ୍ତି ଓ ସାହିତ୍ୟିକଙ୍କ ଓଡ଼ିଆ ସାହିତ୍ୟକୁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଆ ଅଧ୍ୟାପକ ସିମାଞ୍ଚଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ବକ୍ତା ଡ ସୁରେନ୍ଦ୍ରନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦ୍ଵିତୀୟ ଅଧିବେଶନରେ ଛାତ୍ରୀ ସୁଶ୍ରୀ ପୂଜା ପ୍ରଧାନ ସୁଶ୍ରୀ ଶିଲୁ ପ୍ରଧାନ ଅଧ୍ୟାପକ ଡ଼ ଅଜିତକୁମାର ମୁନି ସୌଦାଗର ସିଅ ଶ୍ରୀମତୀ ରଶ୍ମିତା ମେକାପ ବିଷ୍ଣୁ ପ୍ରସାଦ ଡାକୁଆ ସୁଶାନ୍ତ କୁମାର ପଣ୍ଡା ଡ ବାସନ୍ତୀ ନାୟକ ବିଭାଗ ମୁଖ୍ୟ ସିଲୁ ମଣ୍ଡଳ ଅଧ୍ୟାପକ ସିମାଞ୍ଚଳ ପ୍ରଧାନ ପ୍ରମୁଖ ଓଡ଼ିଆ ସାହିତ୍ୟକୁ ସାନଖେମୁଣ୍ଡିର ଅବଦାନ ଶୀର୍ଷକ ଭିନ୍ନ ଭିନ୍ନ ନିଜସ୍ଵ ସନ୍ଦର୍ଭ ପାଠ ସହ ପ୍ରଶ୍ନୋତ୍ତର ରେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପିକା ଡ ବାସନ୍ତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।