You are currently viewing କଳିଙ୍ଗ ଭ୍ଯାଲି ପବ୍ଲିକ ସ୍କୁଲରେ ଯୋଗ ଦିବସ, ଯୋଗଦେଲେ ଏନଏସି ଅଧ୍ଯକ୍ଷକଂ ସହ ବହୁ ଅତିଥି
କଳିଙ୍ଗ ଭ୍ଯାଲି ପବ୍ଲିକ ସ୍କୁଲରେ ଯୋଗ ଦିବସ, ଯୋଗଦେଲେ ଏନଏସି ଅଧ୍ଯକ୍ଷକଂ ସହ ବହୁ ଅତିଥି

ଆଜି ହେଉଛି ବିଶ୍ବ ଯୋଗ ଦିବସ ।ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗାଭ୍ୟାସର ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସରେ ଉଦେଶ୍ୟ। ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ଏକ ଶାନ୍ତ ତଥା ଚାପମୁକ୍ତ ପରିବେଶ ପାଇଁ ଯୁଝୁଥିବା ଲୋକମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବା ଏକାନ୍ତ ଜରୁରୀ ହୋଇପଡ଼ିଛି।

ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ କଳିଙ୍ଗ ଭ୍ଯାଲି ପବ୍ଲିକ ସ୍କୁଲରେ ଆଜି ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ୱଚ୍ଛ ଓଡିଶା ମୁଖ୍ୟ ମହେଶ ମହାନ୍ତି ଯୋଗ ଦେଇଥିବା ବେଳେ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, କାଉନସିଲର ମଧୁସୂଦନ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଭଗବାନ ସ୍ୱାଇଁ,ରତନ ବିଷୋୟୀ ,ସନ୍ତୋଷ କୁମାର ମିଶ୍ର, ଅମିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି ‘ଯୋଗ ଫର ବସୁଧୈବ କୁଟୁମ୍ବକମ୍‌’। ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ବିଶ୍ୱ। ଯୋଗାଭ୍ୟାସର ଲାଭ ସଂପର୍କରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବାକୁ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।