ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଗାନ୍ଧୀଛକ ସ୍ଥିତ ବୀଣାପାଣି ନର୍ସରୀ ବିଦ୍ୟାଳୟ ପରିସରରେ ଚଳିତ ଶିକ୍ଷାବର୍ଷ ଅର୍ଥାତ ୨୦୨୬-୨୭ ବର୍ଷର ବିଜ୍ଞାନ ମେଳା ଉତ୍ସାହ ଓ ଉଦ୍ଦୀପନା ର ସହିତ ଆୟୋଜିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ପାଟପୁର ବିଶ୍ବାସରାୟ ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ତଥା ବରିଷ୍ଠ ଅଧ୍ୟାପକ ଡଃ. କୈଳାଶ ଚନ୍ଦ୍ର ସ୍ଵାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରସାନନ୍ଦ ରାଉତରାୟ

,ବରିଷ୍ଠ ସମାଜସେବୀ ତଥା ବିଦ୍ୟାଳୟର ସମ୍ପାଦକ ଶ୍ରୀ ଦୁର୍ଗାପ୍ରସାଦ ପାଢୀ ଏବଂ ବିଦ୍ୟାଳୟର କୋଷାଧକ୍ଷ ଶ୍ରୀ ସୁବ୍ରତ କୁମାର ପାଟ୍ଟଯୋଶୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଇବା ସହ ପିଲାଙ୍କ ମନୋବଳ ବୃଦ୍ଧି କରାଇଥିଲେ l ବିଦ୍ୟାଳୟର ପ୍ରତିଭାବାନ୍ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ଯଥା ବିଜ୍ଞାନ, ଗଣିତ, ହିନ୍ଦୀ, ଓଡ଼ିଆ, ଇଂରାଜୀ, କମ୍ପ୍ୟୁଟର ଇତ୍ୟାଦିରେ ମୋଟ ୧୨୦ଟି ପ୍ରକଳ୍ପ ଉପସ୍ଥାପନ କରିଥିଲେ l ମୂଲ୍ୟାଙ୍କନ ଦାୟିତ୍ଵରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ଶିକ୍ଷକଶିକ୍ଷୟତ୍ରୀଗଣ, ଯଥା –


କ୍ଷେତ୍ରବାସୀ ମହାରଣା, ରାଧାକୃଷ୍ଣ ରଥ, ସତ୍ୟ ନାରାୟଣ ନାୟକ, ସୋମନାଥ ସାହୁ, ଜ୍ୟୋତିରଞ୍ଜନ ସାହୁ, ଶିବରାମ ସାବତ, ନାରାୟଣ ଦୋରା, ନିଳାଞ୍ଚଳ ସେଠି, ପ୍ରମୋଦ ବାଡ଼ତ୍ୟା, ଶଙ୍କର ବେହେରା, ସିଲୁ ସେଠି ଇତ୍ୟାଦି ଉପସ୍ଥିତ ରହି ସୂଚାରୁ ରୂପେ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ରୁଦ୍ର ନାରାୟଣ ସାହୁ, ପ୍ରଶାନ୍ତ କୁମାର ସାହୁ, ବିଷ୍ଣୁ ପ୍ରସାଦ ପାତ୍ର, ଅଶାନ୍ତି ଜେନା, ଲିପାଞ୍ଜଳୀ ପାଢ଼ୀ ସମେତ ଅନ୍ୟାନ୍ୟ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଏଥିରେ ସକ୍ରିୟ ରୂପେ ସହଯୋଗ କରିଥିଲେ l



