You are currently viewing ବେଲଗୁଣ୍ଠାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବେଲଗୁଣ୍ଠାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା,31/03, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଅବସର ଗ୍ରହଣ କରିଥିବା କନିଷ୍ଠ କିରାଣି ସୂର୍ଯ୍ୟନାରାୟଣ ଗୌଡ଼ ଏବଂ ବଦଳି ହୋଇଥିବା ମୃତ୍ୟୁଞ୍ଜୟ ପ୍ରଧନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି I ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡ଼େଇଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ସୁପ୍ରଭା ଗୌଡ଼ଙ୍କ ସମେତ ବହୁ ପୂର୍ବତନ ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ I ବରିଷ୍ଠା ଶିକ୍ଷୟିତ୍ରୀ ଡୋକି ସରୋଜିନୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ମନୋରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ପ୍ରଭାତ ଗୌଡ଼,ସନ୍ତୋଷ କୁମାର ସାହୁ,ଶିକ୍ଷୟିତ୍ରୀ ସୁସାଙ୍ଗୀନୀ ପ୍ରଧାନ, ସ୍ୱାଗତିକା ସେଠୀ,ରଶ୍ମି କୁମାରୀ ପାଢ଼ୀ ସହଯୋଗ କରିଥିଲେ I ଶିକ୍ଷକ ବିଶ୍ୱଜିତ୍ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅବସର ଗ୍ରହଣ କରିଥିବା ବାଣତୁମ୍ବ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମଞ୍ଜରୀ ପାତ୍ର,କୁରୁଳେଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ଏବଂ ଜିରୋଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସହିତ ପେନସନ୍ ସମ୍ଵନ୍ଧୀୟ ଦସ୍ତାବିଜ ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରାସନ୍ନ କୁମାର ବେହେରା,ବରିଷ୍ଠ କିରାଣୀ ବିଭୂ ନନ୍ଦନ ପଟ୍ଟନାୟକ,ଶରତଚନ୍ଦ୍ର ରଥ, କମଳ ଲୋଚନ ଦୋରା,କନିଷ୍ଠ କିରାଣୀ ଜନାର୍ଦ୍ଦନ ପରିଛା ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମକୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ କୁମାର ଜେନା,ସମ୍ପାଦକ ବାଳକୃଷ୍ଣ ସାବତ, ସଙ୍ଗଠକ ସନ୍ତୋଷ କୁମାର ପଟ୍ଟନାୟକ,ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା,କୋଷାଧ୍ୟକ୍ଷ ଶଙ୍କର ନାରାୟଣ ସେଠୀ ପ୍ରମୁଖ ପରିଚାଳନା କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ