You are currently viewing ନିଷ୍ଟ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବ ପାଳନ
ନିଷ୍ଟ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବ ପାଳନ

ଗୋଳନ୍ଥରା ସ୍ତିତ ନିଷ୍ଟ ବିଶ୍ବବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମହାମହିମ ରାଜ୍ୟପାଳ ନିଷ୍ଟ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଏଥିରେ ବିଶ୍ବବିଦ୍ୟାଳୟର 5 ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୩ ଜଣ ଛାତ୍ରଛାତ୍ରୀଙ୍କୁ ରୋପ୍ୟ ପଦକ ସହିତ ସମୁଦାୟ ୩୩୫ ଜଣ ଛାତ୍ରଛାତ୍ରୀ ଙ୍କୁ ଡିଗ୍ରି ପ୍ରଦାନ କରାଯାଇଛି। ଏଥିରେ ଓଡିଶା ର ମହାମହିମ ରାଜ୍ୟପାଳ ତଥା ନିଷ୍ଟ ବିଶ୍ୱବିଦ୍ୟାଳୟର ପରିଦର୍ଶକ ଡ଼. ହରିବାବୁ କମ୍ଭମପାଟି ଅଧ୍ୟକ୍ଷତା କରିଥିଲେ ।

ରାଜ୍ୟପାଳ ଯୁବପିଢ଼ି କିପରି ନିଜ ଜୀବନରେ ଆସୁଥିବା ଜଟିଳତାର ସମ୍ମୁଖୀନ ହେବା ଉଚିତ ଏବଂ ଭବିଷ୍ୟତ ପାଇଁ ନିଜକୁ ବୃତ୍ତିଗତ ଭାବରେ ପ୍ରସ୍ତୁତ କରିବା ଉଚିତ ତାହା ଉପରେ ଆଲୋକପାତ କରିଥିଲେ।

ସେ ବୈଷୟିକ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିଅର ଗଠନ ପାଇଁ ପ୍ରସ୍ତୁତ କରିବାରେ ନିଷ୍ଟ ବିଶ୍ୱବିଦ୍ୟାଳୟର ଭୂମିକା ଉପରେ ମଧ୍ୟ ଆଲୋକପାତ କରିଥିଲେ।ଏଆଇସିଟିଇ ଉପାଧ୍ୟକ୍ଷ ତଥା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ର ମୁଖ୍ୟ ନବସୃଜନ ଅଧିକାରୀ ଡକ୍ଟର ଅଭୟ ଜେରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅଭୟ ଜେରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଚାକିରି ପରିସ୍ଥିତିରେ

ଛାତ୍ରଛାତ୍ରୀମାନେ ଜୀବନ ଶିକ୍ଷା ପାଇଁ କିପରି ପ୍ରସ୍ତୁତ ହେବା ଉଚିତ ତାହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ନିଷ୍ଟ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାପତି ଡକ୍ଟର ସୁକାନ୍ତ କେ. ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦକ୍ଷତା ପ୍ରତିଯୋଗିତାରେ ସେମାନଙ୍କର ସଫଳତା

ଉପରେ ବିବରଣୀ ପ୍ରଦାନ କରିଥିଲେ । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରିୟଦର୍ଶନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟର ବୋର୍ଡ ଅଫ ଗବେରନିଙ୍ଗ ମେମ୍ବର ନିଷ୍ଟ ବିଶ୍ୱବିଦ୍ୟାଳୟର ଉପ ସଭାପତି ଶ୍ରୀମତୀ ସଞ୍ଜିତା ମହାପାତ୍ର, ଖଲ୍ଲିକୋଟ ବିଧାୟକ ଶ୍ରୀ ପୁର୍ଣ ଚନ୍ଦ୍ର ସେଠି, ଡ଼. ପ୍ରତୋଷ ବଂଶଲ,

ଏକାଡେ଼ମିକ ଡିନ୍ ପି. ରାଜେଶ କୁମାର, ଡ଼. ବିଷ୍ଣୁପ୍ରସାଦ ନନ୍ଦ, ଶ୍ରୀ ବିମଲ ମିଶ୍ର, ତଥା ପରାମର୍ଶଦାତା ମଣ୍ଡଳୀ ଇଂ ଅରୁଣ ରଥ, ଇଂ ପ୍ରଭାକର ସ୍ୱାଇଁ, ଏକାଡେମିକ୍ କାଉନସିଲ୍ ସଦସ୍ୟ ଡ଼. ସୁକାନ୍ତ କୁମାର ତ୍ରିପାଠୀ, ଡ଼. ସିମାଞ୍ଚଳ ପାଣିଗ୍ରାହୀ ଯୋଗ ଦେଇଥିଲେ । କୁଳସଚିବ ଡ. ବିଷ୍ଣୁଙ୍କର ନାୟକ ପରିଚାଳନା କରିଥିଲେ ।

ଏହି କାର୍ୟ୍ୟକ୍ରମ କୁ ଡ. ମାନସ ରଞ୍ଜନ ପାତ୍ର, ଡ଼. ସ୍ୱାଧୀନ ମିଶ୍ର, ଡ଼. ପ୍ରୀତି ରଞ୍ଜନ ସାହୁ, ଡ଼. ବ୍ରଜ କିଶୋର ମିଶ୍ର, ଡ଼. ବରଦା ପ୍ରସାଦ ସେଠି, ଡ. ସସ୍ମିତା ପାଢ଼ୀ, ଡ. ରତିକାନ୍ତ ନାୟକ, ଡ଼. ହରିକୃଷ୍ଣ ଗନ୍ତାୟତ, ଡ଼. ଗାୟତ୍ରୀ ପଣ୍ଡା, ମିନାକ୍ଷୀ ଦାଶ, ଡ଼. ସରିତା ସାହୁ, ପ୍ରଜ୍ଞା ସାମନ୍ତ, ଆକାଙ୍ଖ୍ୟା ପଟ୍ଟନାୟକ, ଡ଼. ମାନବେନ୍ଦ୍ର ପାତ୍ର, ଶ୍ରୀ ସରୋଜ ପାଢ଼ୀ, ଶ୍ରୀ ରବି ସତ୍ୟନାରାୟଣ ମୂର୍ତି, ପ୍ରଭୁଦତ୍ତ ମିଶ୍ର, ପ୍ର ସରୋଜ ପାଢ଼ୀ, ପ୍ର. ପୂର୍ଣ୍ଣେନ୍ଦୁ ମିଶ୍ର, ସନ୍ତୋଷ କୁମାର ନାୟକ, ଗୋପବନ୍ଧୁ ଉତ୍ତରକବାଟ, ସଂଜିତ ମହାନ୍ତି, ପ୍ରଣୟ ରଥ, ସୁରେଶ ମହାପାତ୍ର, ସୁନୀଲ ରାୟ, ସଚିନ୍ଦ୍ର ମହାପାତ୍ର, ସୌମ୍ୟା ମୁଦୁଲି, ଓ ପିତାମ୍ବର ସାହୁ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମ କୁ ଶ୍ଵେତା ସୁମନ, ଏବଂ ସୌମ୍ୟା ମିଶ୍ର ଉପସ୍ଥାପନା କରିଥିଲେ । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଡ. ଗର୍ଦ୍ଧନ ନାଥଲାଲ ପଟେଲ, ଏବଂ ଶ୍ରୀ ସୁବ୍ରତ ତ୍ରିପାଠୀ ଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା।