ଅନୁଗୁଳ : ଛେଣ୍ଡିପଦା ବ୍ଲକ ନିଶା ଅନ୍ତର୍ଗତ ବଡମହିତଳା ସ୍ଥିତ ଡିଏଭି ସାବିତ୍ରୀ ଜିନ୍ଦଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଫକୀର ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ବାର୍ଷିକ ପ୍ରଦର୍ଶନୀ ‘ସ୍ପନ୍ଦନ’ 2K25 ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଅନୁଗୁଳ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ପ୍ଲାଣ୍ଟ ସିଏସଆର୍ ଡି ଜି ଏମ୍ ଶ୍ରୀଯୁକ୍ତ ଆଶୁତୋଷ ମିଶ୍ର, ସିଏସଆର୍ ଡେପୁଟି ମ୍ୟାନେଜର ଶ୍ରୀଯୁକ୍ତ ତାପସ କୁମାର ମହାନ୍ତି ସମ୍ମାନୀତ ଅତିଥି

ଏବଲ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ତଥା ଚେୟାରମ୍ୟାନ୍ ହରେଶ୍ ଚନ୍ଦ୍ର ପ୍ରଧାନ, ପିଟିସିସି ସଦସ୍ୟ ଯୋଗଦେଇଥିଲେ । ମୁଖ୍ୟ ଅତିଥି ପ୍ରଦର୍ଶନୀକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଜୀବନର ଲକ୍ଷ୍ୟକୁ ପରିପୂର୍ଣ କରିବା ନିମନ୍ତେ ବୈଜ୍ଞାନିକ ଚିନ୍ତାଧାରା ପରିପୋଷଣ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ଜିଜ୍ଞାସୁ, ବିନୟୀ ହେବା ନିମନ୍ତେ ଉପଦେଶ ପ୍ରଦାନ କରିଥିଲେ ।ପ୍ରଧାନ ଶିକ୍ଷକ ଅତିଥି ପରିଚୟ

ପ୍ରଦାନ ସହିତ ଆମ ସଂସ୍କତି ଓ ବିଜ୍ଞାନକୁ ସମତୁଲ କରି ଜୀବନରେ ଅଗ୍ରଗାମୀ ହୋଇ ଆମ ଦେଶର ଟେକକୁ ଉଜୀବିତ କରିବା ଆମର ଲକ୍ଷ୍ୟ ହେବା ଉଚିତ୍ ଏବଂ ଉନ୍ନତ ଓ ପ୍ରଗତିଶୀଳ ଦେଶ ଗଠନରେ ବିଜ୍ଞାନର ବ୍ୟବହାର ବୃଦ୍ଧି ଉପରେ ଛାତ୍ରଛାତ୍ରୀଙ୍କୁ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ, ହିନ୍ଦୀ, ଓଡିଆ, ସଂସ୍କୃତ,କମ୍ପ୍ୟୁଟର ,କଳା ଓ ହସ୍ତଶିଳ୍ପ ଆଦି ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ୧୭୨ଟି ପ୍ରକଳ୍ପ ସ୍ଥାନୀତ ହୋଇଥିବାବେଳେ ୨୮୨ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ପାର୍ଶ୍ଵବର୍ତ୍ତୀ ବିଦ୍ୟାଳୟ ଗୁଡିକରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରକଳ୍ପରୁ ଶୈକ୍ଷିକ ଲବ୍ଧ ତଥ୍ୟ ହାସଲ କରିଥିଲେ ।

ଶିକ୍ଷକ ଅକ୍ଷୟ କୁମାର ନାୟକ ପ୍ରଦର୍ଶନୀକୁ ସଂଯୋଜନା ଓ ଶିକ୍ଷୟିତ୍ରୀ ମଧୁମିତା ସାହୁ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ଦିପ୍ତିରେଖା ଦାସ, ସ୍ମିତା ରାଣୀ ଖିଲାରୀ,ଜୁଲି ପାଣି, ସ୍ଵେତାଶ୍ରୀ ପଟ୍ଟନାୟକ, ସୁଶ୍ରୀ ଏରିକ୍ ଏମ୍ପ୍ରୋମା, ଲୋପାମୁଦ୍ରା ପ୍ରଧାନ ଶିକ୍ଷକ ସରୋଜ ଭୂତିଆ, ପ୍ରଦ୍ୟୁମ୍ନ କୁମାର ଜେନା, କୃଷ୍ଣ କୁମାର ଦାସ,ଚିତ୍ତରଞ୍ଜନ ଓଝା, ଚିତ୍ତରଞ୍ଜନ ଦାସ, ଶୁଭ୍ରାଂଶୁ କୁମାର ଶତପଥୀ,ସୋମନାଥ ବେହେରା, ଅଜୟ ଅମର ସିଂହଦେଓ ପ୍ରକଳ୍ପ ପ୍ରସ୍ତୁତିରେ ପ୍ରମୁଖ ଭୂମିକା ନିର୍ବାହ କରି ପ୍ରଦର୍ଶନୀଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସର୍ବଶେଷରେ ଧନ୍ୟବାଦ ଅର୍ପଣ ପୂର୍ବକ ପ୍ରଦର୍ଶନୀକୁ ସମାପ୍ତ କରାଯାଇଥିଲା ।

