You are currently viewing <em>ଓଏସସିଆଇଟି ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ : କିମସ ପ୍ରେକ୍ଷାଳୟରେ ପୁରସ୍କୃତ</em>
ଓଏସସିଆଇଟି ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ : କିମସ ପ୍ରେକ୍ଷାଳୟରେ ପୁରସ୍କୃତ

ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅଧିନସ୍ଥ ଓକେସିଏଲର ପ୍ରଣୀତ ତଥା ଓଡିଶା ମୁକ୍ତ ବିଶ୍ବ ବିଦ୍ୟାଳୟ ଦ୍ବାରା ପ୍ରମାଣ ପତ୍ର ପ୍ରଦାନ କରାଯାଉଥିବା ‘ଓଏସସିଆଇଟି’ ଶିକ୍ଷା କ୍ଷେତ୍ରରେ ୨୦୨୨ ମସିହାରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ରବିବାର ସନ୍ଧ୍ୟାରେ ଭୂବନେଶ୍ବର ସ୍ଥିତ କିମସ ପ୍ରେକ୍ଷାଳୟରେ ଆୟୋଜିତ ଓକେସିଏଲର ୧୧ ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଓଡିଶା ମୁକ୍ତ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅର୍କ କୁମାର ଦାସ ମହାପାତ୍ର ଓକେସିଏଲର ଗଞ୍ଜାମ ଜିଲ୍ଲାର ପ୍ରତିନିଧି ଶ୍ରୀକାନ୍ତ ମହାନ୍ତିଙ୍କୁ ପୁରସ୍କୃତ କରିଥିଲେ। ଓକେସିଏଲର ମୂଖ୍ଯ ଡକ୍ଟର ମନୋରଞ୍ଜନ ପୁଥଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଟସ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସସ୍ମିତା ସାମନ୍ତ ମୂଖ୍ଯ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଡକ୍ଟର କଲ୍ୟାଣ ପ୍ରସାଦ ଦାଶ, ଅଂଶୁମାନ ସର, ସୌମ୍ୟରଞ୍ଜନ ପାଣି, ନଟରାଜ କଟକଦୋଣ୍ଡ, ବିକାଶ ଦେଶାଇ, ଜୟେଶ ମହାତୋ ଓ ସୁଶାନ୍ତ ଜେ ଦାସ ଓକେସିଏଲର ଆଗାମୀ କାର୍ଯ୍ୟକ୍ରମ ଓ ପାଠ୍ଯକ୍ରମ ଉପରେ ଆଲୋକପାତ କରିଥିଲେ। ସସ୍ମିତା ପଣ୍ଡାଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରମୋଦ ରାଉତ, ସିଦ୍ଧାର୍ଥ ଶଙ୍କର ମହାପାତ୍ର ଓ ଦେବାଶିଷ ସାହୁ ପରିଚାଳନା କରିଥିଲେ। ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟରତ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଅଧିକୃତ କେନ୍ଦ୍ରମାନଙ୍କ ନିର୍ଦ୍ଦେଶକ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।