You are currently viewing ଆର ସି ଏମ କଲେଜ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ରେ ଅନିୟମିତତା ନେଇ ଅଧକ୍ଷ ଙ୍କୁ ଘେରିଲେ ଛାତ୍ର ଛାତ୍ରୀ
ଆର ସି ଏମ କଲେଜ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ରେ ଅନିୟମିତତା ନେଇ ଅଧକ୍ଷ ଙ୍କୁ ଘେରିଲେ ଛାତ୍ର ଛାତ୍ରୀ

ଖଲ୍ଲିକୋଟ : 12/12 ଗତ ନଭେମ୍ବର ମାସ 15 ତାରିଖ ଠାରୁ ରାଜ୍ୟ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଖେଳ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟ ମାଧ୍ୟମ ରେ ଯୁବ ଗୋଷ୍ଠୀ ଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ହୋଇଥିଲା |ତେବେ ଖଲ୍ଲିକୋଟ ସ୍ଥିତ ଆର ସି ଏମ କଲେଜ ଅଧୀନ ରେ ପରିଚାଳିତ ଯୁକ୍ତ ଦୁଇ ଉଚ୍ଚ ବିଦ୍ୟାଳୟ ରେ ଆରମ୍ଭ ଏହି କାର୍ଯ୍ୟକ୍ରମ ରେ ବ୍ୟାପକ ଅନିୟମିତତା ହୋଇଥବା ଅଭିଯୋଗ କରି କଲେଜ ର ଯୁକ୍ତ 2 ପିଲାମାନେ ମଙ୍ଗଳବାର ଦିନ ଆର ସି ଏମ କଲେଜ ଅଧକ୍ଷ ଙ୍କ ପ୍ରକୋଷ୍ଟ ରେ ପଶି ଏହାର ପ୍ରତିବାଦ କରିଥିଲେ |ବିଦ୍ୟାଳୟ କୁ ମିଳିଥିବା ଅନୁଦାନ ରୁ 30 ଭାଗ ଅର୍ଥ ରୁ ଖେଳ କୁଦ ଜିନିଷ ଓ ଖେଳାଳି ଙ୍କ ପାଇଁ ଜର୍ସି ଓ ଖାଇବା ପାନୀୟ ଜଳ ଯୋଗାଣ ସାଙ୍ଗକୁ ଖେଳ ପଡିଆ କୁ ସଜବାଜ କରିବା ପାଇଁ ନିଁର୍ଧେଶ ଥିଲେ ମଧ୍ୟ କୌଣସି ଜିନିଷ କିଣା ନ ଯାଇ ପୁରୁଣା ଛିଣ୍ଡା ଖେଳ ସାମଗ୍ରୀ ରେ କାମ ଚଳାଇଥିବା ଛାତ୍ର ମାନେ ନୋଡାଲ ଅପବିସର ସୁନୀଲ ପଟ୍ଟନାୟଜ ଓ ଅଧକ୍ଷ ସୁରେନ୍ଦ୍ର କୁମାର ସ୍ୱାଇଁ ଙ୍କ ଆଗରେ ଅଭିଯୋଗ ଆରୋପ କରିଥିଲେ |ସେହିପରି ପାଣ୍ଡିଆନ ଙ୍କ ଗ୍ରସ୍ତ ପରେ କଲେଜ ଖେଳ ପଡିଆ କୁ ଆବଶ୍ୟକ ମରାମତି ଓ ରାକ୍ଷଣବେକ୍ଷଣ ନ କରିବା ଫଳରେ ଖେଳ ପଡିଆ ପିଲାମାନେ ଖେଳିବା ବେଳେ ଆହତ ହୋଇଥିଲେ ବୋଲି ଛାତ୍ର ମାନେ କ୍ଷୋଭ ପ୍ରକାଶ କରିବା ସହ ଠିକ ସମୟରେ ମିଳୁ ନଥିବା ଅଭିଯୋଗ କରିଛନ୍ତି |

ଏ ସମ୍ପର୍କ ରେ କଲେଜ ଅଧକ୍ଷ ସୁରେନ୍ଦ୍ର କୁମାର ସ୍ୱାଇଁ ପିଲା ମାନଙ୍କୁ ବୁଝାସୁଝା କରି ତରବରିଆ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହେବାରୁ ଠିକ ସମୟ ରେ ଖେଳ ଜିନିଷ କିଣା ଯାଇ ପାରିନଥିବା ର ପ୍ରକାଶ କରିବା ସହ ବାହାର ଲୋକଙ୍କ ବ୍ୟବହାର ପାଇଁ ଖେଳ ପଡିଆ ଦିଆଯିବ ନାହିଁ ବୋଲି ପ୍ରକାଶ କରିଥିଲେ |

(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )