You are currently viewing ତାରାତାରିଣୀ ଉଚ୍ଚମାଧ୍ୟମିକ ମହା ବିଦ୍ୟାଳୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ।
ତାରାତାରିଣୀ ଉଚ୍ଚମାଧ୍ୟମିକ ମହା ବିଦ୍ୟାଳୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ।

ପୁରୁଷୋତ୍ତମପୁର , ୧୭/୦୧ – ( ପ୍ରସନ୍ନ ଦାସ ) -:- ପୁରୁଷୋତ୍ତମପୁର ତାରାତାରିଣୀ ଉଚ୍ଚମାଧ୍ୟମିକ ମହା ବିଦ୍ୟାଳୟ ରେ ଯୁକ୍ତ୨ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକୃତା ଓ କୁଇଜ ରେ ଲିଖିତ ପ୍ରତିଯୋଗିତା କରାଯାଇଥିଲା | ବିଭିନ୍ନ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରବନ୍ଧ ଓ ବକୃତା ରେ ବିଜ୍ଞାନ ବିଭାଗ ର ପ୍ରଥମ ବର୍ଷ ଛାତ୍ରୀ ଦୀପରାଣୀ ପଣ୍ଡା ପ୍ରଥମ ହୋଇଥିଲେ | ସେହିପରି କୁଇଜରେ ବିଜ୍ଞାନ ବିଭାଗ ପ୍ରଥମ ବର୍ଷ ଛାତ୍ର ଜିତେନ୍ଦ୍ର କୁମାର ପଣ୍ଡା ପ୍ରଥମ ହୋଇଥିଲେ | ଏହି ସବୁ କାର୍ଯ୍ୟକ୍ରମକୁ ଡ଼ ପ୍ରଦୀପ ସାହୁ, ଡ଼ ପ୍ରମୋଦ ଚୌଧୁରୀ, ନମ୍ରତା ମିଶ୍ର, ରାମନାଥ ପାତ୍ର ଓ ସୁଶାନ୍ତ ଖାଲକୋ ପରିଚାଳନା କରିଥିଲେ | ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ସିମାଞ୍ଚଳ ପଟ୍ଟନାୟକ ପୁରସ୍କୃତ କରିଥିଲେ | ଏହି ସବୁ ପ୍ରତିଯୋଗିତା ହାୟର ସେକେଣ୍ଡୋରୀ ଏଜୁକେସନ ଓଡିଶାର hockathonin ପ୍ରୋଗ୍ରାମ ର ପ୍ରଚାର ଏବଂ ପ୍ରସାର ପାଇଁ କରାଯାଇଥିଲା |