ସାନଖେମୁଣ୍ଡି , ୦୧/୦୭ -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମୀ ଗ୍ରାମ ସ୍ଥିତ ଗୌତମୀ ଉଚ୍ଚ ବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେ଼ଇ ଏକ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଗୌତମୀ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜି ଝିଲି ରେଡ୍ଡୀ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ସୁଗମ ଓ ସୁଫଳ କରିବା ନିମନ୍ତେ ଶ୍ରୀମତୀ ପ୍ରଜ୍ଞାସ୍ମିତା ଦାସ ଏ.ଇ., ଅଧ୍ୟାପକ ପ୍ରଣୟ ପ୍ରଭୁ, ପ୍ରିୟ ରଞ୍ଜନ, ଶ୍ରୀମତି ଆରତୀ ପାତ୍ର ଟେକ୍ନିଶିଆଁନ, ପ୍ରଧାନ ଶିକ୍ଷକ ସମସ୍ତ ସହକାରି ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଓ ଅଭିଭାବକ ମାନେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସ୍ମାର୍ଟ କ୍ଲାସରୁମରେ ବିଭିନ୍ନ ଭିଡିଓ କ୍ଲିପ ମାଧ୍ୟମରେ ନିରାପଦ ବିଦ୍ୟୁତ ବ୍ୟବହାର ଉପରେ ବୁଝାଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

