You are currently viewing ବ୍ରହ୍ମପୁର ସିଟି କଲେଜରେ ଜାତୀୟ ପାଠଚକ୍ର 
ବ୍ରହ୍ମପୁର ସିଟି କଲେଜରେ ଜାତୀୟ ପାଠଚକ୍ର 

ଗୋପାଳପୁର ୧୧/୧୨/୨୨ ଆମ୍ବପୁଆ ସ୍ଥିତ ବ୍ରହ୍ମପୁର ସିଟି ମହାବିଦ୍ୟାଳୟରେ କଳା ବିଭାଗ ତରଫରୁ ଆଜି ଏକ ଜାତୀୟ ପାଠଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅନୀତା କୁମାରୀ ପଣ୍ଡାଙ୍କ ସଭାପତିତ୍ୱରେ। ଏହି ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଏହିଭଳି କାର୍ଯ୍ୟକ୍ରମକୁ ଭୂୟାସୁ ପ୍ରଶଂସା କରିବା ସହ ଉତ୍ତରତର କାମନା କରିଥିଲେ।

ଆଜିର ପାଠଚକ୍ରରେ” ଆଧୁନିକ ଓଡ଼ିଶାର ସ୍ରଷ୍ଟା” ଶୀର୍ଷକ ଉପରେ ଓଡିଶା ଗଠନରେ ଫକୀର ମୋହନ ସେନାପତି, ଉତ୍କଳ ମଧୁସୂଦନ ଦାଶ, ଉତ୍କଳ ମଣି ଗୋପବନ୍ଧୁ ଦାଶ, କୃଷ୍ଣ ଚନ୍ଦ୍ର ଗଜପତି ଆଦି ସ୍ରଷ୍ଟା ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ସଂମାନିତ ଅତିଥି ଭାବେ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଓଡ଼ିିଶା ଗଠନରେ ମୁଖ୍ୟ ବ୍ୟକ୍ତି ଙ୍କ ଓଡ଼ିିଶା କୁ ପ୍ରତିଷ୍ଟିତ ରାଜ୍ୟ ଭାବେ ଯେଉଁ ଅବଦାନ ତାହା ଉପରେ ଆଲୋକପାତ କରିଥିଲେ। ଓଡ଼ିିଶା କୁ ଆଗେଇ ନେବାକୁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଆଞ୍ଚଳିକ ଶିକ୍ଷା ନିର୍ଦେଶକ, ବ୍ରହ୍ମପୁର ଡ଼. ଲଷ୍ମୀକାନ୍ତ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଖଲିକୋଟ ମହାବିଦ୍ୟାଳୟର ଇତିହାସ ବିଭାଗର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ମଦନ ମୋହନ ମହାପାତ୍ର, ତାମିଲନାଡୁ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଭଗବାନ ସାହୁ ଯୋଗଦେଇ ଓଡିଶା ଇତିହାସକୁ ପୃଙ୍ଖନୁପୁଙ୍ଖ ଆଲୋଚନା କରିଥିଲେ |କାର୍ଯ୍ୟକ୍ରମର ସଂଯୋଜକ କଲେଜର ଇତିହାସ ବିଭାଗର ପ୍ରାଧ୍ୟlପକ ଡ଼ ପ୍ରକାଶ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ ଏବଂ ପାଠଚକ୍ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ | ଶେଷରେ ଇଂରାଜୀ ବିଭାଗର ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ଶେଜଲ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଜାତୀୟ ପାଠଚକ୍ରରେ ଅନୁଷ୍ଠିତ ହୋଇଥିବା ୨ୟ ଅଧିବେଶନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ବିଭିନ୍ନ ମହାବିଦ୍ୟାଳୟର ଅନେକ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି ପାଠଚକ୍ରର ଶୀର୍ଷ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ | ଅଧିବେଶନର ଶେଷରେ ଡ଼. ଅଜୟ କୁମାର ପେନ୍ଥଇ ପାଠଚକ୍ରରେ ଅଂଶ ଗ୍ରହଣ କରିଥିବା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତି ଥିଲେ।