You are currently viewing ଆଦର୍ଶ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ।
ଆଦର୍ଶ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ।

ଆସିକା,୨/୧(ଶକ୍ତି ପ୍ରସାଦ କର) ରିଖ କବିସୂର୍ଯ୍ୟ ନଗର ଅଧିନସ୍ଥ ଏକାଦଶୀ ଉ. ପ୍ରା. ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାଣି ଜଣେ ଆଦର୍ଶ, ସଚ୍ଚୋଟ କର୍ତ୍ତବ୍ୟ ନିଷ୍ଠ, ସ୍ନେହୀ, କଳା ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସେ ସମସ୍ତ ଙ୍କ ପ୍ରିୟ ଭାଜନ।ସେ ଜଣେ ସବୁ କ୍ଷେତ୍ରରେ ସୁଦକ୍ଷ ଶିକ୍ଷକ ରୂପେ ଖୁବ୍ ପରିଚିତ। କବିସୂର୍ଯ୍ୟ ନଗର ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ବି. ଇ.ଓ ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ ପୁଷ୍ପ ଗୁଚ୍ଛ ସହ ଉପଢୌକନ ପ୍ରଦାନ କରିଥିଲେ।

ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲକ୍ଷ୍ମଣ ଜେନା ମାନ ପତ୍ର ପ୍ରଦାନ କରିଥିଲେ ଓ ଶ୍ରୀ ରବି ନାରାୟଣ ବେହେରା ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। କବିସୂର୍ଯ୍ୟ ନଗର ର ସି. ଆର. ସି.ସି ଶ୍ରୀ କିରଣ ଦାସ, ଶ୍ରୀ ଦୁଶାସନ ପରିଡ଼ା,ଶ୍ରୀ ରବୀନ୍ଦ୍ର କୁମାର ବିଶ୍ବାଳ, ପ୍ରାକ୍ତନ ଏ. ବି. ଇ. ଓ ଶ୍ରୀ ପ୍ରଶାନ୍ତ କୁମାର ପାଣଗ୍ରାହୀ ସମେତ ଶ୍ରୀମତୀ ପ୍ରିତିମୟୀ ମିଶ୍ର, ଜ୍ୟୋତିର୍ମୟୀ ପଣ୍ଡା, ମୁରଲୀ ଧର ନାୟକ, ସେହି ବିଦ୍ୟାଳୟ ର ସହକର୍ମୀ ପ୍ରମୋଦ ବେହେରା,ପ୍ରତାପ ଚନ୍ଦ୍ର ବେହେରା, ସାଗର ଚାନ୍ଦ ନାହାକ, ଅଫିସ କର୍ମକର୍ତ୍ତା ପ୍ରିତିକାନ୍ତ ସ୍ୱାଇଁ, ଚିତ୍ତରଞ୍ଜନ ମହାପାତ୍ର, ଚିତ୍ତରଞ୍ଜନ ମହାନ୍ତି, ଶ୍ରୀ ହରିହର ପ୍ରଧାନ, ସନ୍ତୋଷ କୁମାର ନାୟକ ସମେତ ବହୁ ଶିକ୍ଷକ ଙ୍କ ଉପସ୍ଥିତି ରେ ଆଦର୍ଶ ଶିକ୍ଷକ ସନ୍ତୋଷ କୁମାର ପାଣି ଙ୍କୁ ଅବସର କାଳୀନ ବିଦାୟ ଶୁଭେଚ୍ଛା ସମ୍ବର୍ଦ୍ଧିତ କରାଯାଇଥିଲା।

ପରିଶେଷରେ ବି. ଇ. ଓ ଶ୍ରୀ ଅଭିମନ୍ୟୁ ସାହୁ ପ୍ରୋଭିଜ୍ ନାଲ ପେନସନ ଆଦେଶ ପତ୍ର ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ତତ୍ପରେ ଏକାଦଶୀ ଗ୍ରାମବାସୀ ଙ୍କ ତରଫରୁ ଛାତ୍ର ଛାତ୍ରୀ ଗ୍ରାମ ର ମାନ୍ୟ ଗଣ୍ୟ ବ୍ୟକ୍ତି, ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ସଭ୍ୟା ଓ ସମସ୍ତ ଶିକ୍ଷକ ବିଦାୟୀ ଶିକ୍ଷକ ଙ୍କୁ ଅଶ୍ରୁଳ ନୟନ ରେ ଗ୍ରାମ ପରିକ୍ରମା କରାଇ ବିଦାୟ ସମ୍ବର୍ଦ୍ଧନା ସଭା ରେ ମାନ ପତ୍ର ପୁଷ୍ପ ଗୁଚ୍ଛ ଉପ ହାର ପ୍ରଦାନ କରି ବିଦାୟୀ ଶିକ୍ଷକ ଙ୍କ ଅବସର ସମୟ କୁସୁମିତ ହେଉ କାମନା କରି ଶ୍ରୀ ପାଣି ଙ୍କୁ ନିଜ ଘର ଆସ୍କା କଲେଜ ଛକ ବାସ ଭବନ ରେ ମହା ଆଡ଼ମ୍ବରରେ ଅଶ୍ରୁଳ ପରିବେଶରେ ବିଦାୟ ଜଣାଇ ଛାଡ଼ି ଆସି ଥିଲେ।

ଏହା ଏକ ଭାବାବେଗ ପରିବେଶ ସୃଷ୍ଟି କରିଥିଲା।ଏକ ଆଦର୍ଶ ନିଷ୍ଠା ବାନ, ସଚ୍ଚୋଟ ପରୋପକାରୀ,ଛାତ୍ର ସ୍ନେହୀ ଶିକ୍ଷକ ଙ୍କ ଶେଷ ଗୁରୁ ଦକ୍ଷିଣା ଓ ଶ୍ରେଷ୍ଠ ସମ୍ମାନ।