You are currently viewing ଓଡ଼ିଶା ଗୌରବ : ବିଶିଷ୍ଟ ଗବେଷକ ଡକ୍ଟର ଅମରେନ୍ଦ୍ର ମହାନ୍ତି ।
ଓଡ଼ିଶା ଗୌରବ : ବିଶିଷ୍ଟ ଗବେଷକ ଡକ୍ଟର ଅମରେନ୍ଦ୍ର ମହାନ୍ତି ।

କଟକ : ସମାଜ ସେବା କହିଲେ ମନରେ ସ୍ବତଃ ପୂଜ୍ୟପାଦ ଗୋପବନ୍ଧୁଙ୍କ ଜୀବନୀ ଦର୍ଶନ ମନଙ୍କୁ ଆସେ । ସେହିଭଳି ସେବାକୁ ଭଲ ପାଉଥିବି ମଣିଷ,ଜଣେ ସ୍ଵୟଂ ସେବକ,ମାଟି ମନସ୍କ,ଅନନ୍ୟ ଆଦର୍ଶର ପ୍ରତୀକ ଯୁବ ସମାଜସେବୀ ଡକ୍ଟର ଅମରେନ୍ଦ୍ର ମହାନ୍ତି ଅନ୍ୟତମ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନାହଙ୍ଗ ଗ୍ରାମ ପିତା ଅକ୍ଷୟ କୁମାର ମହାନ୍ତି, ମାତା ରେଣୁବାଳା ମହାନ୍ତିଙ୍କ କୋଳ ମଣ୍ଡନ କରି ୧୯୭୯ ମସିହାରେ ଜନ୍ମ ନିଅନ୍ତି ଏହି ପ୍ରତିଭା ଜଣକ । ବହୁମୁଖୀ ପ୍ରତିଭା,ସରଳ ମନୋଭାବର ବ୍ୟକ୍ତିତ୍ଵ ଅମରେନ୍ଦ୍ର ବାବୁ ନିଜ ମାହାଙ୍ଗା ଅଞ୍ଚଳର ଯୁବବନ୍ଧୁ ମାନଙ୍କୁ ସେବା ଆଉ ସମୟର ସଦୁପଯୋଗ ମହାମନ୍ତ୍ର ଶିଖାଇବା ନେଇ ସ୍ୱଚ୍ଛ ସବୁଜ, ସଂସ୍କୃତି ସଂପନ୍ନ,ସୁସ୍ଥ ଗ୍ରାମ ନିର୍ମାଣର ସ୍ବପ୍ନରେ ଗ୍ରାମ ଉନ୍ନତି,ଆବଶ୍ୟକତା ଅନୁଯାୟୀ ସେବା ଯୋଗାଇବା,ଶିକ୍ଷା ସହ ସାମାଜିକ ସଂସ୍କାର,ପୂଜ୍ୟପୂଜା ଆଦି ବହୁ ଉନ୍ନତି ମୂଳକ ସାଙ୍ଗଠନିକ କାର୍ଯ୍ୟ ଦୀର୍ଘ ଏକ ଦଶନ୍ଧି ଧରି କରି ଆସୁଛନ୍ତି । କ୍ଲିନ୍ ମାହାଙ୍ଗା,ଗ୍ରୀନ ମାହାଙ୍ଗା,ଡିଜିଟାଲ ମାହାଙ୍ଗା,କଲଚର ମାହାଙ୍ଗା ଆଉ ସେବାକୁ ପ୍ରାଧାନ୍ୟ ଦେଉଥିବା ଏହି ବ୍ୟକ୍ତିତ୍ଵ ନିଜ ଅଞ୍ଚଳରେ “ଆମ ମାହାଙ୍ଗା” ନାମକ ସାମାଜିକ ସଂଗଠନ ପ୍ରତିଷ୍ଠା କରି ବହୁବିଧ ଜନ କଲ୍ୟାଣ କାର୍ଯ୍ୟ କରିଚାଲିଛନ୍ତି । ଉଚ୍ଚ ଶିକ୍ଷା ଲାଭ କରି ଭାରତ ବାହାରେ ଆମେରିକାର କାଲିଫର୍ଣ୍ଣିଆ,ମିଚିଗାନ ସହର ପୁଣି ଅଧୁନା ଚେନ୍ନାଇ ଠାରେ କାର୍ଯ୍ୟ କରିବା ସହ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ଚକ୍ର ଓ ଗବେଷଣାରେ ବ୍ରତୀ। ପୂଜ୍ୟପୂଜା ଏବଂ ମହାପୁରୁଷ ବର୍ଗଙ୍କୁ ସମ୍ମାନ ସୂଚକ ଅଚ୍ୟୁତ ଠୁ ଅରକ୍ଷିତ ଅର୍ଥାତ୍ ନେମାଳ ଠାରୁ ଲଲିତଗିରି ଗୁମ୍ଫା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଏବଂ ଗାନ୍ଧିଜୀଙ୍କ ଦେଶସେବା,ଆଦର୍ଶ ଅନୁକରଣ ପୂର୍ବକ ଆଉ ତାଙ୍କ ୧୫୦ ବର୍ଷର ଓଡ଼ିଶା ଆଗମନକୁ ସ୍ୱାଗତ ଜଣାଇ ନିଶ୍ଚିନ୍ତକୋଇଲି ପଣସ ପଡ଼ିଆ ଠାରୁ ମାହାଙ୍ଗା କଇଥା ପର୍ଯ୍ୟନ୍ତ ପଦଯାତ୍ରା କରାଇ “୫ଏସ” ଯାହାକି ସ୍ୱଚ୍ଛ,ସବୁଜ,ସଂସ୍କୃତି,ସ୍ୱାଭିମାନ, ସ୍ବାବଲମ୍ବୀ ଉପରେ ମହାନ୍ ବାର୍ତା ପ୍ରଚାର କରି ସମଗ୍ର କଟକ ଜିଲ୍ଲାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ରକ୍ତଦାନ ସେବା,ପାଠାଗାର ଆଉ ଭାଗବତ ଟୁଙ୍ଗୀର ବିକାଶ,ଗାଁ ଗଣ୍ଡା,ମଠ,ମନ୍ଦିର,ମସଜିଦ ଆଦିକୁ ସଫା ରଖିବା ପୁଣି ଜନ ସଚେତନା ସହ ଛକ ମାନଙ୍କରେ ଡଷ୍ଟବିନ୍ ରଖିବାର ବ୍ୟବସ୍ଥା କରିବା ଏଥିସହ କରୋନା ମହାମାରୀ ପୂର୍ବରୁ ଲଗାତାର ୨୦ ଟି ରବିବାର ଆମ ମାହାଙ୍ଗା ପକ୍ଷରୁ ସ୍ୱଚ୍ଛ ଗାଁ-ସୁସ୍ଥ ଗାଁ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷା ସହ ବହୁ ଜନ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟ,ବହୁ ଗ୍ରାମ ମାନଙ୍କରେ ସଫେଇ କାର୍ଯ୍ୟ କରିବା ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତାଂକ ଉଲ୍ଲେଖନୀୟ କୃତିତ୍ୱ ନେଇ ସେ ଅନେକ ମର୍ଯ୍ୟାଦାଜନକ ସମ୍ମାନ ଲାଭ କରିଛନ୍ତି । ତାଂକ ଦୀର୍ଘ ନିରାମୟ ଜୀବନ କାମନା କରୁଛୁ ।