You are currently viewing ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ମତଦାନ ଦୀବସ ପାଳିତ ।
ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ମତଦାନ ଦୀବସ ପାଳିତ ।

ପୋଲସରା , ୨୫/୦୧ – ( ଆରତ କୁମାର ହୋତା ) -:- ଆଜି ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ମତଦାନ ଦୀବସ ପାଳିତ ହୋଇଯାଇଛି। ଏହାକୁ ମହାବିଦ୍ୟାଳୟର ଅଧ୍ଯକ୍ଷ ଡଃ. ଦିବାକର ମିଶ୍ର ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ମହାବିଦ୍ୟାଳୟର ୪୮ ଜଣ ମହିଳା ସମର ଶିକ୍ଷାର୍ଥୀ ଵାହିନୀ ଯୋଗ ଦେଇ ବ୍ଲକ ଛକରୁ ଏନ୍. ଏ. ସି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ। ଅଧ୍ଯକ୍ଷ ଡଃ. ମିଶ୍ର ମତଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାଧ୍ୟାପକ ଶ୍ରୀ ପ୍ରମୋଦ କୁମାର ରଥ ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଲେଫ୍ଟନାଣ୍ଟ ବିନତା କୁମାରୀ ଦାଶ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟ କ୍ରମରେ ଅଧ୍ଯାପକ ବନମାଳୀ ବେହେରା, ରବିନ୍ଦ୍ରନାଥ ପାଳ, କିଶୋର ଚନ୍ଦ୍ର ଜେନା, ବାଲ୍ ରାଜୁ ପାତ୍ର, ଶେଖ୍ ଫରିଦ୍ ପ୍ରମୁଖ ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।