You are currently viewing ପୁରୁଷୋତ୍ତମପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, କଲେଜ ଖେଳ ପଢ଼ିଆ ଠାରେ ବ୍ଲକସ୍ତରୀୟ କ୍ରୀଡା ଓ ଆଥଲେଟିକ୍ସ ଚୟନ ଶିବିର ଅନୁଷ୍ଟିତ ।
ପୁରୁଷୋତ୍ତମପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, କଲେଜ ଖେଳ ପଢ଼ିଆ ଠାରେ ବ୍ଲକସ୍ତରୀୟ କ୍ରୀଡା ଓ ଆଥଲେଟିକ୍ସ ଚୟନ ଶିବିର ଅନୁଷ୍ଟିତ ।

ପୁରୁଷୋତ୍ତମପୁର , ୧୬/୦୯ -:- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସରକାରୀ ଉଚ୍ଚବିଦ୍ୟାଳୟ ,ତାରାତାରିଣୀ କଲେଜ ଖେଳ ପଢ଼ିଆ ଠାରେ ବ୍ଲକସ୍ତରୀୟ କ୍ରୀଡା ଓ ଆଥଲେଟିକ୍ସ ଚୟନ ଶିବିର ଉଦଘାଟନ ଉତ୍ସବ ଅନୁଷ୍ଠିତଏହି ପ୍ରତିଯୋଗିତା ୨ ଦିନ ଧରି ଚାଲୁ ରହିବ l ଏହି ପ୍ରତିଯୋଗିତାରେ ଶତାଧିତକରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏଥିରେ ବ୍ଲକରୁ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଆଦର୍ଶ ବିଦ୍ୟାଳୟର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବା ସହ ତନ୍ମଧ୍ୟରୁ ୧୦୦ ରୁ ଉର୍ଦ୍ଧ୍ୱ ଯୋଗ୍ୟ ବିବେଚିତ ହୋଇ ଆସନ୍ତା ସେପ୍ଟେମ୍ବରରେ କବିସୂର୍ଯ୍ୟନଗର ହେବାକୁ ଥିବା ଜୋନସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ l
ଆଜିର ଏହି ଉଦଘାଟନ ଉତ୍ସବରେ ବ୍ଲକ ଶିକ୍ଷାଧିକାରି ଶ୍ରୀଯୁକ କିଶୋର ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନ ରେ କ୍ରୀଡା ଉତ୍ସବ ରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି ବେହେରା, ତହସିଲଦାର ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ତାରାତାରିଣୀ ମହାବିଦ୍ୟାଳୟ ପ୍ରିନ୍ସପାଲ ଡ଼କ୍ଟର ସିମାଞ୍ଚଳ ପଟ୍ଟନାୟକ, କଲେଜ ପରିଚାଳନା ସଭାପତି ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର, ସଂମ୍ମାନିତ ଅତିଥିଭାବେ ଯୋଗ ଦେଇ ଛାତ୍ର ଜୀବନରେ କ୍ରୀଡା ଓ ଶାରୀରିକ ଶିକ୍ଷାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟର.


କ୍ରୀଡାଶିକ୍ଷକ ଶ୍ରୀଯୁକ୍ତ ଧୀର ସମୀର ପାଣିଗ୍ରାହୀ, ଜଗନ୍ନାଥ ଜେନା କାଳୁ ଚରଣ ମହାଙ୍କୁଡ ପ୍ରମୁଖ ଭୂମିକା ନେଇ ସଫଳ କରାଇଥିଲେ l ଏତଦ ସମେତ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ ଅନ୍ୟ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ ମାନଙ୍କ ସମ୍ପୂର୍ଣ ସହଯୋଗରେ ଉଦଯାପନୀ ଉତ୍ସବର ସଫଳ ପରିସମାପ୍ତି ଘଟିଥିଲା l