You are currently viewing ଶିଶୁ ଦିବସରେ ଛୁଟି ଦିବସ, ବନ୍ଦ ସ୍କୁଲକୁ ଦେଖି ନିରାଶା ହେଲେ ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଅସନ୍ତୋଷ
ଶିଶୁ ଦିବସରେ ଛୁଟି ଦିବସ, ବନ୍ଦ ସ୍କୁଲକୁ ଦେଖି ନିରାଶା ହେଲେ ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଅସନ୍ତୋଷ

ବଲାଙ୍ଗିର -( ଏସ ମହାକୁର ) ଆଜି ହେଉଛି ନଭେମ୍ବର୍ ୧୪ ପବିତ୍ର ଶିଶୁ ଦିବସ l ଆଜି ସାରା ଦେଶରେ ବିଭିନ୍ନ ସ୍କୁଲରେ ଆନନ୍ଦ ଉଲ୍ଲାସର ସହିତ ଏହି ଦିବସକୁ ଶିଶୁ ମାନେ ପାଳନ କରୁଛନ୍ତି l ବିଭିନ୍ନ ରକମର ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଶୁ ମାନେ ନିଜକୁ ହଜେଇ ଦେଇଥିବା ବେଳେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଶଙ୍କରଭୁକି ସହକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ରେ ଏହାର ବ୍ୟତିକ୍ରମ ଦେଖାଯାଇଛି ଓ ଆଜି ସକାଳୁ ଏହି ସ୍କୁଲର ଛାତ୍ର ଛାତ୍ରୀ ମାନେ ଶିଶୁ ଦିବସକୁ ପାଳନ କରିବା ପାଇଁ ସ୍କୁଲ କୁ ପହଞ୍ଚିଲା ବେଳକୁ ସ୍କୁଲର ଗେଟ୍ ରେ ତାଲା ପଡିଛି l ଦିନ ୧୧ ଟା ପର୍ଯ୍ୟନ୍ତ ସ୍କୁଲରେ କାହାର ଦେଖା ଥିଲା l ହସ ଖୁସିରେ ଆସିଥିବା କୁନିକୁନି ଶିଶୁ ମାନଙ୍କ ମଉଳି ଯାଇଥିଲା l ଅଭିଭାବକ ମାନେ ମଧ୍ୟ ସ୍କୁଲରେ ଆସି ପହଁଞ୍ଚିଲେ କିନ୍ତୁ ଏପରି ଏକ ପବିତ୍ର ଦିବସରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲକୁ ଆସିବା ଉଚିତ୍ ମନେ କଲେ ନାହିଁ l ଏପରି ଏକ ଘଟଣାକୁ ଗ୍ରାମବାସୀ ଓ ଅଭିଭାବକ ମାନେ ନିନ୍ଦା କରିଛନ୍ତି ।