ବେଲଗୁଣ୍ଠା -17/12- ଆଜି ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଅଛି। ପ୍ରାୟ 40 ଗୋଟି କୁନି ବୈଜ୍ଞାନିକ ନିଜ ର ପ୍ରକଳ୍ପ କୁ ମେଳା ରେ ପ୍ରଦର୍ଶନ କରିଥିଲେ। ଅବସର ପ୍ରାପ୍ତ ବିଜ୍ଞାନ ପ୍ରଫେସର ଡକ୍ଟର ଅଶୋକ କୁମାର ତ୍ରିପାଠୀ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ବା ସହିତ ବିଚାରକ ଭାବେ କାର୍ଯ୍ୟ ଭାର ତୁଲାଇ ଥିଲେ ସେହିପରି ଅନ୍ୟତମ ବିଚାରକ ଭାବେ ସାର୍ପ ଏଜୁକେସନ ନିର୍ଦ୍ଦେଶକ ସତ୍ୟ ନାରାୟଣ ଶିଅ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ। ଉଦଯାପନୀ ଉତ୍ସବରେ ଅନୁଷ୍ଠାନ ର ସଭାପତି ମାଧବ ଚନ୍ଦ୍ର ଆପଟ ଙ୍କ ସଭାପତିତ୍ବ ରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଫିରୋଜ କୁମାର ସେଠୀ ଯୋଗ ଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରି ବିଦ୍ୟାଳୟ ର ମର୍ଯ୍ୟାଦା କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଅନୁଷ୍ଠାନ ର ଏହି ପ୍ରକାର ଉଚ୍ଚ କୋଟିର କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ଗୋପବନ୍ଧୁ ଚେରି ଟେବୁଲ ଟ୍ରଷ୍ଟ ର ସଂଯୋଜକ ସଞ୍ଜୟ ପ୍ରଧାନ ଆଗକୁ ବଢ଼ିବାକୁ ହେଲେ ସବୁ ଛାତ୍ର ଛାତ୍ରୀ ଏହି ପ୍ରକାର ମେଳା ରେ ଯୋଗ ଦେବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ଅନୁଷ୍ଠାନ ର ସଂପାଦକ ସୁଶାନ୍ତ କୁମାର ବେହେରା ଆସନ୍ତା ଦିନ ରେ ଯେପରି ପ୍ରକଳ୍ପ ସଂଖ୍ୟା ଅଧିକ ହେବ ତାହା ଗୁରୁଜୀ ଗୁରୁମା ମାନଙ୍କୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ବିରୁପାକ୍ଷ ପାତ୍ର, ନାରାୟଣ ପଣ୍ଡା ଯୋଗ ଦେଇଥିଲେ। କୃତ୍ତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସମସ୍ତଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ର ଶୁଭଶ୍ରୀ, ରଶ୍ମିତା, ସୌଭାଗ୍ୟ, ପିଙ୍କି, ପୁଜା, ଇପ୍ସିତା, ରୁବି, ମାଧୁରୀ, ରୁନି ଗୁରୁମା ଏବଂ ସୁକାନ୍ତ,ଶିବରାମ, ସୁଶାନ୍ତ, ଗୁଣ୍ଡିଚା, ସତ୍ୟ, ବସନ୍ତ, ସୂର୍ଯ୍ୟ ଗୁରୁଜୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ସ୍ଵାଗତ ଭାଷଣ ଦେଇଥିଲେ ଓ ସହ ପ୍ରଧାନ ଆଚାର୍ଯ୍ୟା ସଂଘମିତ୍ରା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ଶିବରାମ ଚୌଧୁରୀ
