You are currently viewing ପରୀକ୍ଷା ଘୁଞ୍ଚାଇବା ପ୍ରତିବାଦ ରେ ବ୍ରହ୍ମପୁର ଭଞ୍ଜ ବିହାର ବିଶ୍ୱ ବିଦ୍ୟାଳୟ ଆଗରେ ଧାରଣ ।
ପରୀକ୍ଷା ଘୁଞ୍ଚାଇବା ପ୍ରତିବାଦ ରେ ବ୍ରହ୍ମପୁର ଭଞ୍ଜ ବିହାର ବିଶ୍ୱ ବିଦ୍ୟାଳୟ ଆଗରେ ଧାରଣ ।

ପୁରୁଷୋତ୍ତମପୁର , ୩୦/୦୬ -:- ତାରାତାରିଣୀ ମହାବିଦ୍ୟାଳୟ ସହିତ ଜିଲ୍ଲା ର ସବୁ କଲେଜ ର ଛାତ୍ର, ଛାତ୍ରୀ ଙ୍କ ପରୀକ୍ଷା ଘୁଞ୍ଚାଇବା ପ୍ରତିବାଦରେ ଭଞ୍ଜବିହାର ଆଗରେ ଧାରଣା । ପିଲାଙ୍କ ଆନ୍ଦୋଳନ ରେ ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଦଶ ଦିନ ଘୁଞ୍ଚାଇଲେ ପରୀକ୍ଷା ପୁରୁଷୋତ୍ତମପୁର ତାରା ତାରିଣୀ ମହା ବିଦ୍ୟାଳୟ ର ଅନେକ ଛାତ୍ର, ଛାତ୍ରୀ ଆଜି ବ୍ରହ୍ମପୁର ଭଞ୍ଜ ବିହାର ବିଶ୍ୱ ବିଦ୍ୟାଳୟ ଆଗରେ ଯୁକ୍ତ ତିନି ପିଲାଙ୍କ ୪ର୍ଥ ସେମିଷ୍ଟାର ପରୀକ୍ଷା ନିୟମ କୁ ବିରୋଧ କରି ବିଶ୍ଵବିଦ୍ୟାଳୟ ଆଗରେ ଏମାନଙ୍କ ସହିତ ଜିଲ୍ଲା ର ଅନ୍ୟ କଲେଜ ର ଛାତ୍ର ଛାତ୍ରୀ ଧାରଣା ରେ ୨ୟ ଥର ପାଇଁ ବସି ଥିଲେ । ତେବେ ପୋଲିସ ଉପସ୍ଥିତି ରେ ମଧ୍ୟ ପିଲାଙ୍କ ଦାବି ଥିଲା ପାଠ ପଢ଼ା ନଯାଇ ପରୀକ୍ଷା କରିବା ବନ୍ଦ କର, ନଚେତ ଆମେ ଆନ୍ଦୋଳନ ରୁ ଉଠିବୁ ନାହିଁ | ଏପରି ସମସ୍ତେ ପ୍ରତିବାଦ କରିବାରୁ ଛାତ୍ର, ଛାତ୍ରୀଙ୍କ ପ୍ରତିବାଦ ଆଗରେ କୁଳପତି ଓ ପରୀକ୍ଷା ନିୟନ୍ତ୍ରକ ଙ୍କ ମନମୁଖୀ ର ଉତ୍ତର ଆଜି ପିଲାମାନେ ଆନ୍ଦୋଳନକରି ଯେଉଁ ସାହାସିକତା ର ପରିଚୟ ଦେଲେ ସେଥିରେ କୁଳପତି ଓ ପରୀକ୍ଷା ନିୟନ୍ତ୍ରକ ଙ୍କ ମୁଣ୍ଡ ଘୁରେଇ ଦେଇଥିଲା ଯାହା ଫଳରେ ପରୀକ୍ଷା ସମୟ ବାଧ୍ୟ୍ୟ ହୋଇ ୧୦ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇ ଛନ୍ତି |

ଏବଂ ଛାତ୍ର, ଛାତ୍ରୀଙ୍କୁ ଆନ୍ଦୋଳନ ରୁ ଉଠାଇ ଦେଇ ଘରକୁ ଯିବା ପାଇଁ କହିଛନ୍ତି । ତେବେ ଆସନ୍ତା ୧୪ ତାରିଖ ଠାରୁ ପରୀକ୍ଷା ହେବ ବୋଲି କହି ଛନ୍ତି । ତେବେ ୧୨ ଦିନ ମଧ୍ୟରେ ଅଧ୍ୟାପକ, ଅଧ୍ୟାପିକା ମାନେ ଅନ୍ତତଃ ଏହି ସମୟ ମଧ୍ୟରେ କିଛି ପାଠ ତ ପଢ଼େଇ ଦେଇ ପାରିବେ | ଏବଂ କିଛି ମାତ୍ରାରେ ଛାତ୍ର ଛାତ୍ରୀ ମାନେ ପାଠ ପଢି ପରୀକ୍ଷା ଦେଇପାରିବେ | କିନ୍ତୁ କିଛି ଶିକ୍ଷା ବିସାରଦ ଙ୍କ ମତ ଯଦି ସେମାନଙ୍କୁ ଏକ ମାସ ସମୟ ଦେଇଥାନ୍ତେ ତେବେ ସେମାନଙ୍କ ସବୁ ସମସ୍ୟା ର ସମାଧାନ ହୋଇ ଯାଇଥାନ୍ତା | ତେବେ ଡେରିରେ ହେଉ ବି କୁଳପତି ଓ ପରୀକ୍ଷା ନିୟନ୍ତ୍ରକ ମାନଙ୍କ ନିଷ୍ପତି କୁ ଛାତ୍ର, ଛାତ୍ରୀ ମାନେ କିଛି ମାତ୍ରାରେ ଧନ୍ୟବାଦ ଦେଇଛନ୍ତି | ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଆଗରେ ଅନଶନ ରେ ବସି ଥିବା କଲେଜ ଗୁଡ଼ିକ ହେଲା ପୁରୁଷୋତ୍ତମପୁର, ଦିଗପହଣ୍ଡି, ମହାମାୟୀ, ଯଶୋଦା ମହିଳା ମହାବିଦ୍ୟାଳୟ, ଆସ୍କା, ବୁଗୁଡ଼ା, ଛତ୍ରପୁର,ଏସବି ଆର ମହାବିଦ୍ୟାଳୟ,ଗୋପାଳପୁର, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ,ଖଲ୍ଲିକୋଟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଏହି ବିରୋଧ ରେ ସାମିଲ ହୋଇ ଥିଲେ |

ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ