You are currently viewing ମସିହାଖାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ।
ମସିହାଖାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ।

ବ୍ରହ୍ମପୁର , ୦୭/୦୩ – ( ପ୍ରଫୁଲ୍ଲ ସାବତ ) -:- ଗଂଜାମ ଜିଲ୍ଲା ର କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ମସିହାଖାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା…. l ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଗନ ବିହାରୀ ବେହେରା ଙ୍କ ସଭାପତିତ୍ବରେ ଅତି ସୁନ୍ଦର୍ ଭାବରେ ଉତ୍ସବ ଟି ପାଳିତ ହେଲା l

ମସିହାଖାଲି ଗ୍ରାମ ର ସରପଞ୍ଚ କାପଲ ବୁଲୁ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୃସିହ ଚରଣ ମିଶ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ 10 ନମ୍ୱର ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ ସମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କ ଗୁଣାତ୍ମକ ଶିକ୍ଷା ଓ ଶିକ୍ଷା ରେ ସୁଧାର ଆଣିବା କଥା ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ l ଅନ୍ୟ କେତେକ ବରିଷ୍ଠ ବ୍ୟକ୍ତି ତଥା ସି. ଆର୍.ସିସି ସୁଶାନ୍ତ କୁମାର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଘନଶ୍ୟାମ ନନ୍ଦ , ଏମ୍ ମୀନକେତନ ଦୋରା ଉପସ୍ଥିତି ଥିଲେ l

ତତ୍ ସହିତ ସେହି ବିଦ୍ୟାଳୟର ଜି. ଦିଲୀପ କୁମାର ପାତ୍ର, ଅର୍ଚ୍ଚନା କୁମାରୀ ବେହେରା, ସବିତା କୁମାରୀ ଦାସ, ଇନୁ ଦଳ ବେହେରା , ଏବଂ ଏହିପରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତିରେ ଛାତ୍ର ଛାତ୍ରୀ ମାନଙ୍କୁ ଅଥିତି ମାନେ ପୁରସ୍କୃତ କରିଥିଲେ l ପରବର୍ତି ସମୟରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଛାତ୍ର ଛାତ୍ରୀ ମାନେ ସୁନ୍ଦର୍ ନୃତ୍ୟ ପରିବେଷଣ କରି ଥିଲେ l