ଧରାକୋଟ 20/1/24
ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ନବୋଦୟ ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ବିଦ୍ୟାଳୟ ରୁ 223 ଜଣ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇଥିଲେ। ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପରୀକ୍ଷାରେ ନିରୀକ୍ଷକ ଭାବରେ ହରିପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତ ପଟ୍ଟନାୟକ ଓ ଏ ବି ଇ ଓ ଉମା ଚରଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିକ୍ଷକ ବିଧୁ ଭୂଷଣ ରାଉତ,ଅନିଲ ନାୟକ,ଗଣପତି ଗମାଙ୍ଗ, ଅଜିତ ନାୟକ,ବେଣୁଧର ନାୟକ,ଗୀତାଞ୍ଜଳି ସାହୁ,ସୋନାଲି ପଣ୍ଡିତ,ସୁନୀତା ପଣ୍ଡା,ପ୍ରୀତି ପ୍ରିୟା ପାଣିଗ୍ରାହୀ,ପାର୍ବତୀ ମୁଣ୍ଡାରୀ,ସରିତା ପ୍ରଧାନ ଓ ସ୍ୱେତାଲି ପାତ୍ର ଏହାର ପରିଚାଳନା କରିଥିଲେ ।

