ବେଲଗୁଣ୍ଠା-୨୮/୧-ବେଲଗୁଣ୍ଠା ଅବସରପ୍ରାପ୍ତ କର୍ମଚାରୀ ସଂଘର ୧୯ ତମ ବାର୍ଷିକ ଉତ୍ସବ ବେଲଗୁଣ୍ଠା ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି,ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ମୂଖ୍ୟ ବକ୍ତା,ନଗରପାଳ ଫିରୋଜ କୁମାର ସେଠୀ, ଉପନଗରପାଳ ଟି.ବବିତା କୁମାରୀ, ବ୍ଳକ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର, ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବିଶିଷ୍ଟ ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର,ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି,ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଓ କାଉନସିଲର ବୃନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଜଗନ୍ନାଥ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଦ୍ୱିବଙ୍ଗତ କିଛି ବରିଷ୍ଠ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ପୁର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ସଂଘ ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ପାଣିଗ୍ରାହୀ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଅବସରପ୍ରାପ୍ତ ପ୍ରାପ୍ତ କର୍ମଚାରୀ ମାନେ ମୋର ପିତା ସମାନ ସେମାନେ ଶୁଭାଶିଷ ରେ ମୁଁ ଆଜି ୩ ଥର ବିଧାୟକ ବୋଲି ଭାବି ବିହ୍ବଳତା ପୁର୍ବକ ଅଭିହିତ କରି ଆଗମୀ ଦିନରେ ସଙ୍ଘର ବିଭିନ୍ନ ପ୍ରକାରର ବିକାଶରେ ତାଙ୍କ ସହଯୋଗ ଜାରି ରହିବ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥି ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ସମାଜସେବାକୁ ନିଜ ଜୀବନର ବ୍ରତ ରୂପେ ଗ୍ରହଣ କରିଥିବା ସହରର ଜଣାଶୁଣା ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ରଙ୍କୁ ସଂଘ ତରଫରୁ ବିଧାୟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।ତତ୍ ସଙ୍ଗେ ସଙ୍ଗେ ୮୦ ବର୍ଷ ବୟସ ଅତିକ୍ରାନ୍ତ କରିଥିବା ସଂଘର ସଦସ୍ୟଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ ପଦ୍ମ ଚରଣ ମହାପାତ୍ର, ଉପସଭାପତି କୈଳାସ ଚନ୍ଦ୍ର ପାତ୍ର, ସମ୍ପାଦକ ବିଜୟ କୁମାର ସାମଲ,ଯୁଗ୍ମ ସମ୍ପାଦକ ବନମାଳୀ ମହାରଣା, କୋଷାଧ୍ୟକ୍ଷ ଅଶୋକ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ଓ ଜିଲ୍ଲା ସ୍ତରୀୟ ସଙ୍ଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ-ଶିବରାମ ଚୌଧୁରୀ
