ପୁରୁଷୋତ୍ତମପୁର ,୧୪/୧୧(କେ,ରମେଶ ଦୋରା ) :
ପୁରୁଷୋତ୍ତମପୁର ଏନଏସି ପନ୍ଦର ଗୋଟି ଅଙ୍ଗନବାଡି କ୍ଳଷ୍ଟର ର ସମସ୍ତ ବିଦ୍ୟାଳୟରେ ଆଜି ଶିଶୁ ଦିବସ ପାଳନ ହୋଇଯାଇଛି । ଏହି ଶିଶୁ ଦିବସ ଅବସରରେ ପୁରୁଷୋତ୍ତମପୁର ବ୍ଲକ ସିଡିପିଓ ସବିତା ଚ୍ୟାପଟ୍ଟନାୟକଙ୍କ ତତ୍ଵାବଧାନରେ ଏନଏସି ଅଧକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବହାର ଲାଲ ନେହୁରୁ ଙ୍କ ଜନ୍ମ ଦିନ କୁ ସମଗ୍ର ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ । ଆଜି ପ୍ରଭାତରୁ ସମସ୍ତ ବିଦ୍ୟାଳୟରେ ନେହୁରୁଙ୍କର ଫଟୋ ଚିତ୍ର ରଖାଯାଇ ସେଥିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏହା ପରେ ତାଙ୍କର ଜୀବନୀ ଗାଥା ଉପରେ ଆଲୋଚନା କରାଯାଇଥିଲା। ପିଲାଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ସମସ୍ତ ବିଦ୍ୟାଳୟର ପିଲା ମାନଙ୍କୁ ମିଠା,ବିସ୍କୁଟ, ଚକଲେଟ ବଣ୍ଟନ କରାଯିବା ପରେ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ପଣ୍ଡିତ ନେହେରୁ ପିଲାମାନଙ୍କ ଗହଣରେ ବେଶୀ ସମୟ ଅତିବାହିତ କରିବା ସହ ଶିଶୁ ମାନଙ୍କୁ ଭଲପାଉଥିବା ଯୋଗୁଁ ପିଲାଏ ତାଙ୍କୁ ଚାଚା ନେହୂରୁ ବୋଲି ଡାକୁଥିଲେ । ଏଣୁ ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ଅଙ୍ଗନବାଡି ଶିକ୍ଷୟତ୍ରୀ, ଅଧକ୍ଷା, ସମସ୍ତ ୱାର୍ଡର କାଉନସିଲର ମାନେ ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଆଇସିଡିସି ସୁପରଭାଇଜର ଶୈଳବାଲା ଦାସ ପରିଚାଳନା କରିଥିଲେ l


