You are currently viewing +୨ ବିଜ୍ଞାନରେ ଆଇଲର୍ଣ୍ଣ ତାଳଚେର ଛାତ୍ରଛାତ୍ରୀଙ୍କ ବାଜିମାତ ଶତ ପ୍ରତିଶତ ପାସ ହାର
+୨ ବିଜ୍ଞାନରେ ଆଇଲର୍ଣ୍ଣ ତାଳଚେର ଛାତ୍ରଛାତ୍ରୀଙ୍କ ବାଜିମାତ ଶତ ପ୍ରତିଶତ ପାସ ହାର

ତାଳଚେର : (ଦିଲୀପ କୁମାର ଚୋପଦାର) ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର +୨ ବିଜ୍ଞାନ ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ଆଇଲର୍ଣ୍ଣର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ସମଗ୍ର ଓଡ଼ିଶାରେ +୨ ବିଜ୍ଞାନରେ ପାସ୍ ହାର ୮୭ ପ୍ରତିଶତ ରହିଥିବା ବେଳେ ଆଇଲର୍ଣ୍ଣର ପାସ୍ ହାର ଶତ ପ୍ରତିଶତ ହୋଇଛି । ଚଳିତ ବର୍ଷ ଆଇଲର୍ଣ୍ଣରେ ଅଧ୍ୟୟନ କରୁଥିବା ତାଳଚେର ସ୍ଵୟଂ ଶାସିତ ମହାବିଦ୍ୟାଳୟର ୮୦ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧0 ଜଣ ଛାତ୍ର ଛାତ୍ରୀ ୫୦୦ ରୁ ଅଧିକ ନମ୍ବର ରଖିଥିବା ବେଳେ ୫୦ ଜଣ ୪୦୦ ରୁ ଉର୍ଦ୍ଧ ମାର୍କ ରଖି ପାସ କରିଛନ୍ତି ।ଆଇଲର୍ଣ୍ଣର ଛାତ୍ର ରାହୁଲ ବାଇ ସର୍ବାଧିକ ୫୫୦ ନମ୍ବର ରଖି ଅନୁଷ୍ଠାନର ଟପ୍ପର ହେବାର ସୌଭାଗ୍ଯ ଲାଭ କରିଛନ୍ତି।ଆଇଲର୍ଣ୍ଣ ତାଳଚେରର ଛାତ୍ରୀ ଇତିସ୍ମିତା ଦୁବେ ୫୨୨ ନମ୍ବର ,ବିଜୟ ଲେଙ୍କା ୫୧୯ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।ଆଇଲର୍ଣ୍ଣର ଏହି ସଫଳତାରେ ଅନୁଷ୍ଠାନର ନିର୍ଦ୍ଧେଶିକା ଶ୍ରୀମତୀ ସଞ୍ଜୁଲତା ପାଣି ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଶ୍ରୀମତୀ ପାଣି କହିଛନ୍ତି ଯେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ ସେମାନଙ୍କୁ ସଫଳତା ଆଣି ଦେଇଛି ।ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୨ ରୁ ୨୦୨୫ ଦୀର୍ଘ ୧୪ ବର୍ଷ ଧରି ଲଗାତର ଆଇଲର୍ଣ୍ଣର ପିଲାମାନେ ପାଖାପାଖି ଶତ ପ୍ରତିଶତ ସଫଳତା ହାସଲ କରି ଆସୁଛନ୍ତି । ସେଥିପାଇଁ ଆଇଲର୍ଣ୍ଣ କୁ ଅଭିଭାବକ ପ୍ରଥମ ପସନ୍ଦ ରୂପେ ଅଭିହିତ କରୁଛନ୍ତି । ଏହି ଅନୁଷ୍ଠାନ ବିଦ୍ୟାର୍ଥୀ ଙ୍କ ଶିକ୍ଷା ପରିପାଟୀ କୁ ସୁଦୃଢ ତଥା ଶୃଙ୍ଖଳା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଅନବରତ ପ୍ରୟାସ , ପରୀକ୍ଷା ଫଳାଫଳ ରୁ ଜଣାପଡେ ।