You are currently viewing (‘ମୋ ଆଶା’ ର ରଥ ସଂଖ୍ୟା ଉନ୍ମୋଚିତ)
(‘ମୋ ଆଶା’ ର ରଥ ସଂଖ୍ୟା ଉନ୍ମୋଚିତ)

ଶ୍ରୀମନ୍ଦିର ର ଗାଥା ଶିଶୁ ସାହିତ୍ୟ କୁ ବେଶ ରୁଦ୍ଧିମନ୍ତ କରିଛି

ପୁରୀ -ଶ୍ରୀମନ୍ଦିର ର ଗାଥା ଓ ଜଗନ୍ନାଥ ସଂସ୍କୃତି ଏ ସମାଜ କୁ ପରିଚୟ ଦେଇଛି .ଜଗନ୍ନାଥ ସଂସ୍କୃତି ର ପ୍ରତିଟି କଥା ବସ୍ତୁ ଆମ ଶିଶୁ ସାହିତ୍ୟ କୁ ଅଧିକ ରୁଦ୍ଧି ମନ୍ତ କରି ଗଢି ତୋଳିଛି ବୋଲି ନିମାପଡା ର ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ପ୍ରକାଶ ପାଉଥିବା “ମୋ ଆଶା” ର ରଥ ସଂଖ୍ୟା ଉନ୍ମୋଚନ ଅବସରରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି.ଆଜି ପୁରୀ ସିଂହ ଦ୍ୱାର ସମୁଖ ରେ ପତ୍ରିକା ଉନ୍ମୋଚିତ ହେବା ଅବସରରେ ଅତିଥି ମାନଙ୍କ କଥା ଉପସ୍ଥିତ ପାଠକ ଓ ସାହିତ୍ୟ ଅନୁରାଗୀ ଙ୍କୁ ବେଶ ବିମୋହିତ କରିଥଲା.ଏହି ଉନ୍ମୋଚନ ଉତ୍ସବ ରେ ପତ୍ରିକା ର ସମ୍ପାଦକ ସୁମନ୍ତ ମହାରଣା,ସହ ସମ୍ପାଦିକା ଉର୍ମିଳା ମହାରଣା,ଅଭିନନ୍ଦନିକା ର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି,ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା ଗ୍ରୁପ ର ସଭ୍ୟ ସୁନନ୍ଦ ରାଉତରାୟ,ଶିଶୁ ପାଠକ ପାଠିକା ପ୍ରମୁଖ ଯୋଗ ଦେଇ ପତ୍ରିକା କୁ ଉନ୍ମୋଚନ କରିଥିଲେ.
ଏଠାରେ ସୂଚନା ଯୋଗ୍ୟ ଯେ ପତ୍ରିକା ର ସମ୍ପାଦକ ସୁମନ୍ତ ମହାରଣା ଙ୍କ ବଳିଷ୍ଠ ସମ୍ପାଦନା ରେ ଦୀର୍ଘ ୨୫ ବର୍ଷ ଧରି ଲିଟିଲ ଷ୍ଟାର ଗ୍ରୁପ ପିଲାମାନଙ୍କ ପାଇଁ ନାନା ବିଧ କାର୍ଯ୍ୟକ୍ରମ କରିଆସୁଥିବା ବେଳେ ସାହିତ୍ୟ ଓ ସଂସ୍କୃତି ରକ୍ଷା ପାଇଁ “ମୋ ଆଶା” ନିୟମିତ ପ୍ରକାଶ ପାଇ ଆସୁଛି.ଚଳିତ “ମୋ ଆଶା” ସଂଖ୍ୟା ରେ ଓଡିଶା ର ବହୁ ଲବ୍ଧ ପ୍ରତିଷ୍ଠିତ ଲେଖକ ଲେଖିକା ଙ୍କ ଜଗନ୍ନାଥ ଙ୍କ ଲୀଳା ଖେଳା କୁ ନେଇ ବହୁ ଶିକ୍ଷଣୀୟ ଗଳ୍ପ ଓ କବିତା ସ୍ଥାନ ପାଇଥିବା ବେଳେ ପିଲାମାନଙ୍କ ପାଇଁ ଅନ୍ୟ ବହୁ ଶିକ୍ଷଣୀୟ ବିଷୟ ବସ୍ତୁ ରହିଛି ଏଥି ସହ ସେମାନଙ୍କ ଚିତ୍ର ଆଉ ଫୋଟୋ କୁ ମଧ୍ୟ ସ୍ଥାନ ଦିଆ ଯାଇଛି.