ଦିଗପହଣ୍ଡି,୬|୧୨( )ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର କ୍ଲଷ୍ଟର ଅନ୍ତର୍ଗତ ବିଜୟ ପଦ୍ମନାଭପୁର ଲାଡିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଶୃତିରାଣୀ ଦାଶ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ଯୋଗ ଦେବାକୁ ମନୋନୀତ ହୋଇଥିବା ଜଣାପଡିଛି।କନିଷି ସ୍ଥିତ ବାଲାଜୀ ବିଦ୍ଯାପୀଠରେ ଆୟୋଜିତ ଗଞ୍ଜାମ ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ରେ ସୃତିରାଣୀଙ୍କ ପ୍ରକଳ୍ପ “ମ୍ଯାଗନେଟିକ୍ ଲେଭିଟେସନ୍ ପେନସିଲ୍” ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା।ଏହି ପ୍ରକଳ୍ପ ପ୍ରସ୍ତୁତିରେ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ବାଗତିକା ସେଠୀ ସହାୟତା ଯୋଗାଇ ଦେଇଥିଲେ।ରାଜ୍ୟ ସ୍ତରୀୟ ମେଳାରେ ଭାଗ ନେବାକୁ ମନୋନୀତ ହୋଇଥିବା ଦୁଃଖିଶ୍ଯାମ ଦାଶଙ୍କ ଝିଅ ଶୃତିରାଣୀଙ୍କୁ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ, ସିଆରସିସି ସରିତା ନନ୍ଦ, ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଗୌଡଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ସୃତିରାଣୀଙ୍କ ଗାଁ ଏବଂ ବିଦ୍ଯାଳୟରେ ଖୁସିର ଲହରୀ ଖେଳିଯାଇଥିବା ଦେଖାଯାଇଛି।

