You are currently viewing ସାନଖେମୁଣ୍ଡି ବ୍ଲକରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ଶୁଭାରମ୍ଭ
ସାନଖେମୁଣ୍ଡି ବ୍ଲକରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ଶୁଭାରମ୍ଭ

ଗଞ୍ଜାମ, ୨୮/୦୩():ସାନଖେମୁଣ୍ଡି ବ୍ଲକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୌତମୀ ଓ ଗୁଣସାଗର ହଂସରାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆଜି ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ବିଦ୍ୟାରମ୍ଭ ପାଇଁ ଏକ ମନୋଜ୍ଞ କାର୍ଯ୍ୟକ୍ରମ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି ।ସାନଖେମୁଣ୍ଡି ଗୋଷ୍ଠୀଶିକ୍ଷା ଅଧିକାରୀ କୋରେଶ ସେଠୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୌତମୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ A ନୀଳମାଧଵ, ରୀତାଞ୍ଜଳି ପାତ୍ର, କରିସ୍ମା ପଟ୍ଟନାୟକ, M. ଜୋଶ୍ନା ରେଡି,ସସ୍ମିତା ପଟ୍ଟନାୟକ, ପ୍ରିୟଙ୍କା ନାୟକ ତତ ସହିତ ବିଦ୍ୟାଳୟର ସମସ୍ତ SMC ସଭାପତି ଓ କର୍ମକତା ଯୋଗଦାନ କରିଥିଲେ। ସେହିପରି ଗୁଣସାଗର ହଂସାରଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲଷ୍ମୀକାନ୍ତ ପଣ୍ଡା, ପ୍ରଶାନ୍ତ ବିଷୋୟୀ, ଜାଗିଲି ପଢିଆଳି,P. ନାରୁସୁ, ଜ୍ୟୋତିଷ ରଞ୍ଜନ ପାଣିଗ୍ରାହୀ, ଡ଼ିଲି ବିଷୋୟୀ ଓ SMC ର ସଭାପତି ଓ ପରିଚାଳନା କମିଟି ବୃନ୍ଦ ଓ ଭଦ୍ର ବ୍ୟକ୍ତି ଉପସ୍ଥିତ ହୋଇଥିଲେ। ଗୋଷ୍ଠୀଶିକ୍ଷା ଅଧିକାରୀ କହିଥିଲେ ଯେ କୋମଳମତି ଶିଶୁଙ୍କୁ ସ୍ନେହ ଶ୍ରଦ୍ଧା ଭଲପାଇବା ଭଳି ସୁମଧୁର ବ୍ୟବହାର କଲେ ଛୋଟ ଛୋଟ ଶିଶୁ ମାନେ ବିଦ୍ୟାଳୟ ଶିକ୍ଷା ପ୍ରତି ଆଗ୍ରହ ଆନ୍ତରିକତା ପ୍ରକାଶ କରିବେ ବୋଲି ମତପ୍ରକାଶ କରିଥିଲେ । ଏହି ଉତ୍ସବ ରେ ଅତିଥି :BEO କୁରେଶୁ ସେଠୀ, ABEO କାମେଶ୍ୱର ମଲ୍ଲିକ ଓ CRCC ପବିତ୍ର କୁମାର ସେଠୀ ଉପସ୍ଥିତ ଥିଲେ।