You are currently viewing ସ୍କୁଲ ଓ ହଷ୍ଟେଲ କୁ ସଚେତନ ବାର୍ତ୍ତା ଦେଲେ ସମାଜସେବୀ ମହାରାଜ କୃଷ୍ଣ ଚନ୍ଦ୍ର
ସ୍କୁଲ ଓ ହଷ୍ଟେଲ କୁ ସଚେତନ ବାର୍ତ୍ତା ଦେଲେ ସମାଜସେବୀ ମହାରାଜ କୃଷ୍ଣ ଚନ୍ଦ୍ର

ସମସ୍ତ ହଷ୍ଟେଲ ରେ ପାଣି ର ଗୁଣବତ୍ତା ଯାଞ୍ଚ୍ କରିବା ପାଇଁ ପ୍ରଶାସନ କୁ ନିବେଦନ

ଛତ୍ରପୁର ତା ୨୭/୯/୨୬(ଅରୁଣ କୁମାର ପଣ୍ଡା )ଗଞ୍ଜମ ବ୍ଲକ୍ ର କରପଡ଼ା ଗ୍ରାମର ସୁଦାମ ନାୟକ ଙ୍କ ପୁତ୍ର ଶ୍ରୀମାନ୍ ନାୟକ (ଓମ୍) ବ୍ରହ୍ମପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ଶିକ୍ଷାନୁଷ୍ଠାନ ରେ ଦଶମ ଶ୍ରେଣୀ ରେ ଅଧୟନ କରୁଥିଲେ । ହଠାତ୍ ଦେହ ଅସୁସ୍ଥ ଅନୁଭବ କରିଥିବାରୁ ମେଡିକାଲ୍ ଯାଇଥିଲେ ପରବର୍ତ୍ତୀ ସମୟରେ ତାଙ୍କର ମୃତୁ ଘଟିଛି । ଏହି ମୃତୁ ବରଣ କୁ ନେଇ ରବିବାର ମୃତ ଓମ ଙ୍କ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀ ଦ୍ୱାରା ଜନାଇଦେବକୁ ଚାହେଁ ଭବିଷ୍ୟତରେ ଏପରି ଘଟଣା ଆଉ ନ ଘଟିବା ପାଇଁ ନିବେଦନ କରିଥିଲେ ମୃତ ପରିବାର । ଆଜି ମୁଁ ଏଠାରେ କୌଣସି ଅଭିଯୋଗ କରିବା ପାଇଁ ନୁହେଁ, ବରଂ ଗୋଟିଏ ପରିବାରର ହୃଦୟବିଦାରକ ଦୁଃଖକୁ ସମାଜ ସାମ୍ନାରେ ରଖିବା ପାଇଁ ଆସିଛି। ମୋର ପୁତୁରା ଜଣେ ଦଶମ ଶ୍ରେଣୀର ଛାତ୍ର ଥିଲେ। ଭବିଷ୍ୟତରେ କିଛି ହେବାର ସ୍ୱପ୍ନ ତାଙ୍କ ଆଖିରେ ଥିଲା। ତାଙ୍କ ପିତାମାତା ମଧ୍ୟ ନିଜ ପୁଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। କିନ୍ତୁ ହଷ୍ଟେଲ୍‌ରେ ରହୁଥିବା ସମୟରେ ପାଣି ପିଇବା ପରେ ତାଙ୍କର ଜଣ୍ଡିସ୍ ହୋଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ଲିଭର୍ ଫେଲ୍ୟୁଅର୍ ହୋଇ ପୁତ୍ର କୁ ହରାଇ ଛନ୍ତି ବୋଲି କହିଛନ୍ତି । ଜଣେ ପରିବାର ପାଇଁ ନିଜ ପିଲାକୁ ହରାଇବାର ଯନ୍ତ୍ରଣା କେତେ ଭୟଙ୍କର, ତାହା ଶବ୍ଦରେ କହିବା ସମ୍ଭବ ନୁହେଁ। ଆଜି ମଧ୍ୟ ତାଙ୍କ ପିତାମାତାଙ୍କ ଆଖିରେ ସେହି ପିଲାର ସ୍ମୃତି ଏବଂ ତାଙ୍କୁ ହରାଇବାର ଯନ୍ତ୍ରଣା ରହିଛି। ମୋର ଆଜିର ଅନୁରୋଧ କେବଳ ଏତିକି— ଆମ ପିଲାମାନେ ଘରୁ ଦୂରେ ହଷ୍ଟେଲ୍‌ରେ ରହି ପାଠ ପଢ଼ୁଛନ୍ତି। ଅଭିଭାବକମାନେ ନିଜ ପିଲାଙ୍କୁ ସ୍କୁଲ୍‌ ଓ ହଷ୍ଟେଲ୍‌ ଉପରେ ଭରସାକରି ଛାଡ଼ି ଦେଉଛନ୍ତି। ସେହି ପିଲାମାନଙ୍କୁ ସୁରକ୍ଷିତ ଓ ପରିଷ୍କାର ପାଣି, ସ୍ୱଚ୍ଛ ପରିବେଶ, ଭଲ ଖାଦ୍ୟ ଏବଂ ସମୟୋଚିତ ଚିକିତ୍ସା ସୁବିଧା ମିଳିବା ଅତ୍ୟନ୍ତ ଜରୁରୀ।
ଆମେ ଚାହୁଁନାହୁଁ ଯେ ଆମ ପରି ଆଉ କୌଣସି ମା’ ତାଙ୍କ ପୁଅକୁ ହରାନ୍ତୁ, ଆଉ କୌଣସି ବାପା ତାଙ୍କ ସନ୍ତାନର ଶେଷ ଯାତ୍ରା ଦେଖନ୍ତୁ।ପ୍ରତ୍ୟେକ ସ୍କୁଲ୍ ଓ ହଷ୍ଟେଲ୍‌ରେ ପିଇବା ପାଣିର ଗୁଣବତ୍ତା ନିୟମିତ ଯାଞ୍ଚ ହେଉ। ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନିୟମିତ ନଜର ରହୁ। ଜଣ୍ଡିସ୍ କିମ୍ବା ଅନ୍ୟ କୌଣସି ରୋଗର ସଂକ୍ରମଣର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ଦିଆଯାଉ।
ଆମ ପୁତୁରା ଆଉ ଫେରିବେ ନାହିଁ। ଆମ ପରିବାରର ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି, ତାହା କେବେ ପୂରଣ ହେବ ନାହିଁ।
କିନ୍ତୁ ଯଦି ତାଙ୍କ ମୃତ୍ୟୁରୁ ଶିକ୍ଷା ନେଇ ଭବିଷ୍ୟତରେ ଗୋଟିଏ ବି ପିଲାର ଜୀବନ ବଞ୍ଚିପାରେ, ତେବେ ଆମର ଏହି ଯନ୍ତ୍ରଣା ବ୍ୟର୍ଥ ଯିବ ନାହି ବୋଲି କହିଛନ୍ତି ମୃତ ଓମ ର ବଡ଼ ବାପା ସମାଜସେବୀ ମହାରାଜ କୃଷ୍ଣ ଚନ୍ଦ୍ର ନାୟକ ଏହି ସାମ୍ବାଦିକ ସମ୍ମିଳନୀରେ କରପଡ଼ା ସରପଞ୍ଚ ଅଜୟ ନାୟକ, ତୁଷାର ଶତପଥୀ,ରାଜେନ୍ଦ୍ର କୁମାର ପଲାଇ, ରୁଦ୍ର ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ।