You are currently viewing ବଢ଼ିଲା ଶିକ୍ଷା ସମସ୍ୟା, ସାନଖେମୁଣ୍ଡିରେ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା
ବଢ଼ିଲା ଶିକ୍ଷା ସମସ୍ୟା, ସାନଖେମୁଣ୍ଡିରେ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା

ସାନଖେମୁଣ୍ଡି ୧୧/୯:- ନିଜ ମୌଳିକ ଦାବୀ ପୂରଣ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ସାନଖେମୁଣ୍ଡି ବ୍ଲକର ସମସ୍ତ ବର୍ଗର ଶିକ୍ଷକମାନଙ୍କ ପକ୍ଷରୁ ଆଜି ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଛି। ଚୁଡଙ୍ଗପୁର ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏକତ୍ରିତ ହୋଇ ଧାରଣା ଦେବା ସହ ମୌଳିକ ଦାବି ପୂରଣ ନ ହେଲେ ଶିକ୍ଷକ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି। ରାଜ୍ୟରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା, ଏକ୍ସକେଡର ଶିକ୍ଷକମାନଙ୍କୁ କେଡରଭୁକ୍ତ କରି ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରାଯିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ବେତନ ଲେଭେଲ୍ ୯ ଗ୍ରେଡ୍‌ ପେ ୪୨୦୦ ଅନୁଯାୟୀ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃପ୍ରଚଳନ କରାଯିବା ପାଇଁ ଦାବିରେ ଉଲ୍ଲେଖ ରହିଛି । ସମସ୍ତ ବର୍ଗର ଶିକ୍ଷକ ମାନେ ରାଜ ରାସ୍ତାରେ ଆନ୍ଦୋଳନରେ ସାମିଲ୍ ହୋଇଥିବାରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି ।

ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୈଳାଶ ଚନ୍ଦ୍ର ଦାଶଙ୍କ ସମ୍ପାଦକ ବଳରାମ ପୃଷ୍ଟି ଏନ୍ ପି ଏସ ସଂଘ ସଭାପତି ଅଶୋକ କୁମାର୍ ଖୁଣ୍ଟିଆ ସମ୍ପାଦକ ସୁଶାନ୍ତ କୁମାର ତ୍ରିପାଠିଙ୍କ ନେତୃତ୍ୱରେ ହୋଇଥିବା ଧାରଣାରେ ପ୍ରାଥମିକ ଶିକ୍ଷକ ସଙ୍ଘ, କନିଷ୍ଠ ଶିକ୍ଷକ ସଙ୍ଘ, ସାମୟିକ କଳା ଓ କ୍ରୀଡା ଶିକ୍ଷକ ସଙ୍ଘ, ଗଣ ଶିକ୍ଷକ ସଙ୍ଘ ଓ ବହୁଭାଷୀ ଶିକ୍ଷକ ସଙ୍ଘ ସମେତ ମିଳିତ ସଙ୍ଘର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ । ରିପୋର୍ଟ ବିନାୟକ ଦାସ