You are currently viewing ଖଲ୍ଲିକୋଟ ବ୍ଲକ ରେ ପ୍ରବେଶ ଉଛବ ଓ ଖଡି ଛୁଁଆ ସାଙ୍ଗକୁ ଗଡ଼ିଲା ସଚେତନ ରଥ .
ଖଲ୍ଲିକୋଟ ବ୍ଲକ ରେ ପ୍ରବେଶ ଉଛବ ଓ ଖଡି ଛୁଁଆ ସାଙ୍ଗକୁ ଗଡ଼ିଲା ସଚେତନ ରଥ .

ଖଲ୍ଲିକୋଟ :2/4 ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ଗତ କାଲି ଉତ୍କଳ ଦିବସ ଅବସର ରେ ଖଲ୍ଲିକୋଟ ବ୍ଲକ ରେ ନବମ ଦଶମ ପିଲାମାନଙ୍କୁ ମାଧ୍ୟାନ୍ନ ଭୋଜନ ଓ ପୋଷଣ ଲଡ଼ୁ ବଣ୍ଟନ କରାଯାଇଥିବା ବେଳେ ବୁଧବାର ଦିନ ଖଲ୍ଲିକୋଟ ର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ମାନଙ୍କ ରେ ବାଟିକା ଓ ତିନି ବର୍ଷ ଓ 6 ବର୍ଷ ପିଲା ମାନଙ୍କୁ ପ୍ରବେଶ ଉଛବ ମାଧ୍ୟମ ରେ ବିଦ୍ୟାଳୟ ରେ ପ୍ରବେଶ କରାଯାଇଥିବା ବେଳେ ଖଡ଼ି ଛୁଁଆ ଵା ବିଦ୍ୟାରମ୍ଭ କାର୍ଯ୍ୟ କରାଯାଇଥିଲା |

ଏ ଉପଲକ୍ଷେ ଖଲ୍ଲିକୋଟ ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟ ପରିସର ରୁ ଏକ ସଚେତନେତା ରଥ ର ଶୁଭାରମ୍ଭ କରାଯାଇ ଥିଲା |ଉକ୍ତ ରଥ କୁ ଖଲ୍ଲିକୋଟ ତହସିଲଦାର ଡି ମାଳେଶ୍ୱର ପାତ୍ର ସମସ୍ଥ ଶିକ୍ଷକ / ଶିକ୍ଷୟତ୍ରୀ ଓ ସି ଆର ସି ସି

ଓ ଛତ୍ର ଛାତ୍ରୀ ମାନଙ୍କ ଗହଣ ରେ ପତାକା ଦେଖାଇ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ଏକ ନମ୍ବର ୱାର୍ଡ ର କାଉନସିଲର ଓ ଶିକ୍ଷାବିତ ପ୍ରଦୀପ କୁମାର ପଟ୍ଟନାୟକ ଓ ଭାରପ୍ରାପ୍ତ ବି ଇ ଓ ରୁଦ୍ର ନାରାୟଣ ସାହୁ ଅଭିଭାବକ ମାନେ ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

ବ୍ଲକ ର 16 ଗୋଟି କ୍ଲଷ୍ଟର ର ପିଲାଙ୍କୁ ପ୍ରବେଶ ଓ ଖଡି ଛୁଁଆ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ପ୍ରକାଶ |କେତେ ଜଣ ପିଲା ପ୍ରବେଶ ଓ ଖଡି ଛୁଁଆ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କଲେ ଷେ ନେଇ ସବିଶେଷ ତଥ୍ୟ ଏ ବି ଇ ଓ ମାନେ ସଂଗ୍ରହ କରି ନଥିବା ଜଣାପଡିଛି |

ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ