You are currently viewing ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ କର୍ମକର୍ତ୍ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ କର୍ମକର୍ତ୍ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜୁ ପଟ୍ଟନାୟକ ମହିଳା କଲେଜ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଲାଇବ୍ରେରୀୟାନ କର୍ମକର୍ତ୍ତା ଶ୍ରୀକାନ୍ତ କୁମାର ମହାନ୍ତିଙ୍କୁ ତାଙ୍କ ଚାକିରି ଜୀବନର ଅବସରପରେ କଲେଜ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ସସ୍ମିତା କୁମାରୀ ପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧିତ ଉତ୍ସବରେ ଅଧ୍ୟାପିକା ଅଧ୍ୟାପକ ବୃନ୍ଦ ଉପସ୍ଥିତ ରହି ଗତ ୧୯୯୨ ଅଗଷ୍ଟ ୧୦ ତାରିଖ କଲେଜ ପ୍ରତିଷ୍ଠା ଠାରୁ ଲାଇବ୍ରେରୀୟାନଙ୍କ ଅବଦାନ ଏବଂ ତାଙ୍କ କର୍ତ୍ତବ୍ୟ ନିଷ୍ଠା , ସମୟାନୁବର୍ତ୍ତିତା ଏବଂ ପ୍ରତିଟି କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଉଦବୋଧନ ଦେଇ ତାଙ୍କ ଅବଶିଷ୍ଟ ଜୀବନ ସୁଖ ଓ ଶାନ୍ତି ରେ କଟୁ ବୋଲି ଉଦବୋଧନ ଦେଇଥିଲେ । ତାଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପିକା ଗୀତାଞ୍ଜଳି ମହାନ୍ତି , ମଞ୍ଜୁଳା ସାମନ୍ତରା , ସବିତା କୁମାରୀ ପଣ୍ଡା , ଅଧ୍ୟାପକ ସୁଧୀର କାନ୍ତ ପଣ୍ଡା , ପୀତବାସ ପାଢ଼ୀ , କର୍ମଚାରୀ ଏମ୍ .ଭାସ୍କର ,ବି.ଲୋକନାଥ ,ମାମା ପଣ୍ଡା ଏବଂ ଜୟଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟ: କିରଣ କୁମାର ବେହେରା