You are currently viewing ପୋଡାମାରି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷା ସଭା ଅନୁଷ୍ଠିତ
ପୋଡାମାରି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷା ସଭା ଅନୁଷ୍ଠିତ

ବ୍ରହ୍ମପୁର ତା ୬/୧/୨୬ ପୋଡାମାରି ବିଦ୍ୟାଳୟ ଠାରେ ସାନଖେମୁଣ୍ଡି ଶିକ୍ଷାଧିକାରୀ ଶ୍ରୀଯୁକ୍ତ କୋରେସୁ ସେଠି ଙ୍କ ଅଧକ୍ଷତାରେ ଶିକ୍ଷା ସଭା ଅନୁଷ୍ଠିତ ହୋଇ ଯାଇଛି ଉକ୍ତ ସଭା ର ସରପଞ୍ଚ ଶ୍ରୀ ସନ୍ତୋଷ ବିଶୋଇ, ଚୈତନ୍ୟ ବିଦ୍ୟା ପୀଠ ପ୍ରଧାନ ଶିକ୍ଷକ ଶ୍ରୀ ଟୁକୁନା ପ୍ରଧାନ, ସି ଆର ସି ସି ଶ୍ରୀ ମାଧବ ସେଠି ଓ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଦାଶିବ ପାଢ଼ୀ ଏବଂ ପୋଡାମାରି କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ୱାର୍ଡ ମେମ୍ବର ଉପସ୍ଥିତ ରହି ଶିକ୍ଷା ସଭାର ଆଭିମୁଖ୍ୟ ତଥା ଅଧାରୁ ପାଠ ଛାଡୁଥିବା ପିଲା ଙ୍କୁ ପୁଣି ବିଦ୍ୟାଳୟ କୁ ଫେରାଇ ଆଣି ଶିକ୍ଷଦାନ ଓ ଅଧାରୁ ପାଠ ନ ଛାଡିବା ଲାଗି ମତ ପ୍ରକାଶ କରିଥିଲେ।
ଶେଷରେ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ସଚେତନତା ରାଲିରେ ଯୋଗ ଦେଇଥିଲେ ଉକ୍ତ ସଭା ରେ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ